ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଜ୍ଜା । ସୀମା ଟପିଲା ବର୍ବରତା । ଡକାୟତି କରିବା ପାଇଁ ଆସି ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ଅଶୋକ ବିହାର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅଭିଯୋଗ ଅନୁସାରେ, ଦୁର୍ବତ୍ତ ଡକାୟତି ପାଇଁ ଘରେ ପଶିଥିଲା । ଘରେ ହଙ୍ଗାମା ମଚାଇବା ପରେ ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା । ତେବେ ମୁହଁ ଖୋଲିଲେ ଜୀବନରୁ ମାରିଦେବେ ବୋଲି ବଡ ଭଉଣୀକୁ ଧମକ ଦେଇଥିଲା ଦୁର୍ବତ୍ତ । ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସରକାରୀ ସ୍କୁଲରେ ରହୁଥିଲେ ପୀଡିତା ପରିବାର:ମିଳିଥିବା ସୂଚନା ଅନୁସାରେ, ଅଶୋକ ବିହାର ଅଞ୍ଚଳର ଏକ ସ୍କୁଲରେ ନବୀକରଣ କାର୍ଯ୍ୟ ଚାଲୁଥିଲା । ଦୁଇ ଝିଅ ସେଠାରେ କାମ କରିବା ସହ ନିଜ ବାପାମାଆଙ୍କ ସହିତ ସ୍କୁଲ ଘରେ ରହୁଥିଲେ । ତେବେ ଗତ କିଛିଦିନ ହେବ କାମ ବନ୍ଦ ରହିବା କାରଣକୁ ଅନ୍ୟତ୍ର କାମ ଖୋଜିବା ପାଇଁ ସେମାନଙ୍କ ବାପାମାଆ ବାହାରକୁ ଯାଇଥିଲେ । ପତି ପତ୍ନୀ ଉଭୟେ କାମ କରିବାକୁ ଯାଇଥିବା ବେଳେ ଘରେ ୧୬ ଏବଂ ୧୮ ବର୍ଷୀୟ ଝିଅ ଥିଲେ ।