ଥିରୁଅନନ୍ତପୁରମ:ପଶ୍ଚିମ ଅଫ୍ରିକୀୟ ଦେଶ ଇକ୍ବୋଟୋରିଆଲ ଗିିନି (Equatorial Guinea) ରେ 16 ଭାରତୀୟ ନାବିକଙ୍କୁ ଅଟକ ରଖାଯାଇଛି । ଏହି ନାବିକମାନେ ନରଓ୍ବେର ଏକ ତୈଳବାହୀ ଜାହାଜରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କୁ ଗିିନି ଉପକୂଳରୁ ସ୍ଥାନୀୟ ନୌସେନା ଦ୍ବାରା ଅଟକ ରଖିଛି । ସେମାନଙ୍କ ମୁକ୍ତି ପାଇଁ ସେମାନେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ କେରଳ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବା ସହ ଅଟକ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଲାଗି ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ନିବେଦନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ନରଓ୍ବେର ଏହି ତୈଳବାହୀ ଟ୍ୟାଙ୍କର ଯାହାଜଟି ନାଇଜେରିଆରେ ଅଗଷ୍ଟ ୮ ତାରିଖରେ ତେଲ ଭରିବା ପାଇଁ ଆସିଥିଲା । ତେବେ ଏହା ଫେରିବା ବାଟରେ ଗିନି ନୈସେନା ଦ୍ବାରା ଜବତ କରାଯିବା ସହ ସମସ୍ତ କ୍ର୍ୟୁ ସଦସ୍ୟ ଓ ଅନ୍ୟ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଉକ୍ତ ଜାହାଜରେ ୧୬ ଭାରତୀୟଙ୍କ ସମେତ ମୋଟ ୨୬ ଜଣ ନାବିକ ଓ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିଲେ ।