ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଗତ ଦିନ ଅପେକ୍ଷା ଏବେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା।। ଦୈନିକ ଆସୁଛି 10 ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା । ତେବେ ଗତ 24 ଘଣ୍ଟାରେ ଦେଶରେ 15 ହଜାର 510 ନୂଆ କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି । ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 10 ଲକ୍ଷ 96 ହଜାର 731ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ 11 ହଜାର 288 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।
24 ଘଣ୍ଟାରେ 15,510 ନୂଆ ଆକ୍ରାନ୍ତ ଚିହ୍ନଟ, 106 ମୃତ - କୋରୋନା ପଜିଟିଭ
କିଛି ଦିନର ସାମାନ୍ୟ ଆଶ୍ବସ୍ତି ପରେ ପୁଣି ଭୟଭୀତ ହୋଇପଡିଛନ୍ତି ଲୋକେ। କୋରୋନାର ନୂଆ ଷ୍ଟ୍ରେନ ଆରମ୍ଭ ହୋଇଥିବାବେଳେ, ପୁଣି ଅନେକ ରାଜ୍ୟରେ ଆରମ୍ଭ ହୋଇଯାଇଛି ଲକଡାଉନ ଓ ସଟଡାଉନର ପରିସ୍ଥିତି। ଅଧିକ ପଢନ୍ତୁ...
24 ଘଣ୍ଟାରେ 15,510 କୋରୋନା ଆକ୍ରାନ୍ତ ଚିହ୍ନଟ, 106 ମୃତ
ଅନ୍ୟପଟେ 106ଟି ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ 1 ଲକ୍ଷ 57 ହଜାର 157ରେ ପହଞ୍ଚିଛି । ଅନ୍ୟପଟେ 1 କୋଟି 07 ଲକ୍ଷ 86 ହଜାର 457 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ମୋଟ 1 ଲକ୍ଷ 68 ହଜାର 627 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା 1 କୋଟି 43 ଲକ୍ଷ 01 ହଜାର 266 ଜଣ ଟିକା ନେଇ ସାରିଛନ୍ତି।