ନୂଆଦିଲ୍ଲୀ: ବିଶାଖାପାଟନମ-ରାୟପୁର (Raipur - Visakhapatnam) ଅର୍ଥନୈତିକ କରିଡର ପ୍ରକଳ୍ପ ଅନ୍ତର୍ଗତ NH-130-CD, କାଳିଆଗୁଡା-ବାଉଁଶଗୁଆର (Kaliagura - Baunsaguar ) ସେକ୍ସନରେ 6 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଅର୍ଥବରାଦକୁ ମଞ୍ଜୁରି ଦେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ।
ଏହି ପ୍ରକଳ୍ପ ଭାରତମାଳା ପରିଯୋଜନା ଅଧୀନରେ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏଥିପାଇଁ 1539 କୋଟି ଟଙ୍କାର ରାଶି ବ୍ୟବବରାଦ କରାଯାଇଛି । ଏହି ଅର୍ଥନୈତିକ ପ୍ରକଳ୍ପର ଏକ ଅଶଂ ଓଡିଶାରେ ଲାଭବାନ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।