ଓଡିଶା

odisha

By

Published : Dec 28, 2020, 10:05 PM IST

ETV Bharat / bharat

କୃଷି ବିଲକୁ ବିରୋଧ, 15ଶହ ମୋବାଇଲ ଟାୱାର ନଷ୍ଟ କଲେ ଚାଷୀ

ନୂତନ କୃଷି ବିଲକୁ ବିରୋଧ କରି ପଞ୍ଜାବରେ ପ୍ରାୟ 1 ହଜାର 5ଶହ ମୋବାଇଲ ଟାୱାରକୁ ନଷ୍ଟ କରି ଦେଇଛନ୍ତି ଚାଷୀ। ସେପଟେ ଏହାକୁ ନେଇ ସମ୍ପୃକ୍ତ ଚାଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଅଧିକ ପଢ଼ନ୍ତୁ...

1500 mobile tower vandalize by farmer in support of farm bill protest
କୃଷି ବିଲକୁ ବିରୋଧ, 15ଶହ ମୋବାଇଲ ଟାୱାର ନଷ୍ଟ କଲେ ଚାଷୀ

ଅମୃତସର: ନୂତନ କୃଷି ବିଲକୁ ବିରୋଧ କରି ପଞ୍ଜାବରେ ପ୍ରାୟ 1 ହଜାର 5ଶହ ମୋବାଇଲ ଟାୱାରକୁ ନଷ୍ଟ କରି ଦେଇଛନ୍ତି ଚାଷୀ । ଫଳରେ ରାଜ୍ୟରେ ମୋବାଇଲ ସେବା ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା ମିଳିଛି। ସେପଟେ ଏହାକୁ ନେଇ ସମ୍ପୃକ୍ତ ଚାଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

କୃଷି ବିଲକୁ ବିରୋଧ, 15ଶହ ମୋବାଇଲ ଟାୱାର ନଷ୍ଟ କଲେ ଚାଷୀ

ନୂତନ କୃଷି ବିଲ ବିରୋଧରେ ଦୀର୍ଘ ଏକ ମାସ ହେଲା ସିଙ୍ଘୁ ବର୍ଡରରେ ଚାଷୀମାନେ ଆନ୍ଦୋଳନରତ। ତେବେ ଏହି ଆନ୍ଦୋଳନକୁ ପଞ୍ଜାବର ପ୍ରତ୍ୟେକ ଗାଁ ଓ ତଳିଆ ଅଞ୍ଚଳରୁ ସମର୍ଥନ ମିଳୁଥିବା ପ୍ରତୀତ ହେଉଛି। ରାଜଧାନୀ ଦିଲ୍ଲୀରେ ଚାଷୀ ନିଜ ଦାବିରେ ଅଟଳ ରହିଥିବାବେଳେ ପଞ୍ଜାବରେ ଚାଷୀ ସେମାନଙ୍କୁ ସମର୍ଥନ କରିବାକୁ ଯାଇ ମୋବାଇଲ ଟାୱାର ନଷ୍ଟ କରିବାରେ ଲାଗିଛନ୍ତି। ଫଳରେ ସାଧାରଣ ଜୀବନଶୈଳୀ ପ୍ରଭାବିତ ହେଉଛି।

ଚାଷୀମାନେ ଟାୱାର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଛନ୍ତି। ଟାୱାର ଉପରକୁ ଯାଇଥିବା କେବୁଲ ତାରକୁ କାଟି ଦେଇଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ଚାଷୀମାନେ ବିଶେଷ କରି ଜିଓ ଟାୱାରକୁ ଟାର୍ଗେଟ କରୁଛନ୍ତି। ଖାଲି ସେତିକି ନୁହେଁ ଅଦାନୀ ଗ୍ରୁପର କେତେକ ଅଟ୍ଟାଳିକାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଚାଷୀ।

ପଞ୍ଜାବରେ ପ୍ରାୟ 9 ହଜାରରୁ ଅଧିକ ଜିଓ ଟାୱାର ରହିଛି। ସେଥିମଧ୍ୟରୁ 15ଶହ ଜିଓ ଟାୱାର ନଷ୍ଟ କରାଯାଇଛି। ଟାୱାର ଠିକ କରିବାକୁ ଆସୁଥିବା କର୍ମଚାରୀଙ୍କୁ ଧମକ ଦେଉଛନ୍ତି ଚାଷୀ। କେତେକ ଟାୱାର ଜେନେରେଟର ଉଠାଇ ନିଆଯାଇଛି। ଏହାସହ ଜିଓ ଫାଇବର କେବୁଲକୁ ନିଆଁ ଲଗାଇ ଦେଇଛନ୍ତି ଚାଷୀ।

ସେପଟେ ଏନେଇ ଏକ ଭିଡିଓ ଭାଇରାଲ ହେବାପରେ ସମ୍ପୃକ୍ତ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details