ଓଡିଶା

odisha

ETV Bharat / bharat

Karnataka Assembly Polls: କର୍ଣ୍ଣାଟକରେ ୧୫୦ ଆସନରୁ ଗୋଟିଏ ବି କମ୍ ଚାହୁଁନାହାନ୍ତି ରାହୁଲ

ଆସନ୍ତା ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏଠାରେ ୨୨୪ ଆସନରୁ ୧୫୦ ଆସନ ଜିତିବା ପାଇଁ ଟାର୍ଗେଟ କଲେ ରାହୁଲ । ଅଧିକ ପଢନ୍ତୁ

By

Published : Apr 2, 2022, 9:34 AM IST

Karnataka Assembly Polls: କର୍ଣ୍ଣାଟକରେ ୧୫୦ ଆସନ ଦଖଲ ପାଇଁ ରାହୁଲଙ୍କ ଟାର୍ଗେଟ
Karnataka Assembly Polls: କର୍ଣ୍ଣାଟକରେ ୧୫୦ ଆସନ ଦଖଲ ପାଇଁ ରାହୁଲଙ୍କ ଟାର୍ଗେଟ

ବେଙ୍ଗାଲୁରୁ:ଆସନ୍ତା ବର୍ଷ ମେ ମାସରେ ହୋଇପାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । କର୍ଣ୍ଣାଟକ ବିଜୟ ପାଇଁ ଏବେଠୁ ସଜବାଜ ହେଲେଣି ରାଜନୈତିକ ଦଳ । ବିଶେଷକରି କଂଗ୍ରେସର ନଜର ଏବେ ଏହି ନିର୍ବାଚନ ଉପରେ । ନିକଟରେ ସରିଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କର୍ଣ୍ଣାଟକ ବିଜୟ ପାଇଁ ସ୍ବପ୍ନ ଦେଖୁଛନ୍ତି ରାହୁଲ ଗାନ୍ଧୀ । ଏଠାରେ ମୋଟ ୧୫୦ ଆସନ ଦଖଲ କରିବାକୁ ଟାର୍ଗେଟ ରଖିଛନ୍ତି ରାହୁଲ । ୧୫୦ ଆସନରୁ ଗୋଟିଏ ବି ଆସନ କମ୍ ଚାହୁଁନଥିବା ଏହି କଂଗ୍ରେସ ନେତା କହିଛନ୍ତି ।

ଚଳିତ ସପ୍ତାହରେ ରାହୁଲ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରିଥିଲେ । ଏହି ଅବସରରେ ସେ କହିଥିଲେ, ନିର୍ବାଚନରେ କାହାକୁ ଟିକେଟ ମିଳିବ, ତାହା କଠିନ ପରିଶ୍ରମ ଏବଂ ଯୋଗ୍ୟତା ହିଁ ନିର୍ଣ୍ଣୟ କରିବ । କର୍ଣ୍ଣାଟକରେ ୧୫୦ ସିଟ୍ ଦଖଲ କରିବା ଆମ ଲକ୍ଷ୍ୟ । ପ୍ରତ୍ୟେକ କଂଗ୍ରେସ ନେତା ଓ କର୍ମୀ ଲୋକଙ୍କ ସମସ୍ୟା ପାଇଁ ଲଢେଇ କରିବା ଏବଂ ସେମାନଙ୍କ ବିଶ୍ବାସ ହାସଲ କରିବା ଦିଗରେ ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଚିତ ।

କର୍ଣ୍ଣାଟକରେ ୬୦ ଲକ୍ଷ ନୂଆ କଂଗ୍ରେସ ସଦସ୍ୟ ସୃଷ୍ଟି କରିବା ପାଇଁ ରାହୁଲ ସମସ୍ତ ଦଳୀୟ ନେତା, କର୍ମୀ ଓ ସ୍ବେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ନୂଆ ସଦସ୍ୟଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି । ମୁଁ ନିଶ୍ଚିତ ଯେ, ଯୁବଶ୍ରେଣୀର ଏହି ପ୍ରବାହ ଦଳରେ ନୂତନ ଚିନ୍ତାଧାରା ଓ ଶକ୍ତି ଆଣିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୪ଟି ଆସନ ରହିଛି । ୨୦୧୮ ନିର୍ବାଚନରେ ଏଠାରେ କଂଗ୍ରେସ ୮୦ଟି ଆସନ ଜିତିଥିବା ବେଳେ ୧୦୪ ଆସନ ପୋଛି ନେଇଥିଲା ବିଜେପି ।

ABOUT THE AUTHOR

...view details