ମୁମ୍ବାଇ: ମହାରାଷ୍ଟ୍ର ରତ୍ନଗିରିରେ ସମୁଦ୍ରରୁ ଏକ ବିରଳ ପ୍ରଜାତିର ଶାଙ୍କୁଚ ମାଛ ଉଦ୍ଧାର ହୋଇଛି । ଯାହାର ଓଜନ 150 କିଲୋଗ୍ରାମ ।
ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ହେତୁ ରତ୍ନଗିରି ସହର ନିକଟ କାଲବାଡେଭିର ଜଣେ ମତ୍ସ୍ୟଜୀବୀ ସମୁଦ୍ର କୂଳ ଠାରୁ ଅଳ୍ପ ଦୂରରେ ମାଛ ଧରୁଥିଲେ । ହଠାତ୍ ସେମାନଙ୍କ ଜାଲରେ ଏହି ବିରଳ ମାଛ ପଡ଼ିଥିଲା । ଏହି ମାଛର ଆକାର ଏତେ ବଡ଼ ଥିଲା ଯେ, ସମ୍ପୂର୍ଣ୍ଣ ଡାଲା ଅଟୋ ଭର୍ତ୍ତି ହୋଇଯାଇଥିଲା । ଏହି ମାଛର ଓଜନ ପ୍ରାୟ 150 କିଲୋଗ୍ରାମ ହୋଇଥିବା ବେଳେ ଏହାର ଉଚ୍ଚତା 6 ଫୁଟରୁ 7 ଫୁଟ ହେବ ବୋଲି କୁହାଯାଇଛି ।