ଓଡିଶା

odisha

By

Published : Aug 6, 2022, 1:40 PM IST

Updated : Aug 6, 2022, 2:01 PM IST

ETV Bharat / bharat

Yamuna River Pollution: ୧୫୦ କୋଟି ତଣ୍ଡ ଗଣିବେ ଦିଲ୍ଲୀ ଜଳ ବୋର୍ଡ ଓ ନୋଏଡା କର୍ତ୍ତୃପକ୍ଷ

ଦିନକୁ ଦିନ ଅଧିକ ଦୂଷିତ ହେବାରେ ଲାଗିଛି ଯମୁନା ନଦୀପାଣି । ଏଥିରେ ଅବହେଳା ଯୋଗୁଁ ଦିଲ୍ଲୀ ଜଳ ବୋର୍ଡ ଓ ନୋଏଡା କର୍ତ୍ତୃପକ୍ଷଙ୍କ ଉପରେ ପଡ଼ିଲା NGT ଛାଟ । ଅଧିକ ପଢନ୍ତୁ

Yamuna River Pollution: ୧୫୦କୋଟି ତଣ୍ଡ ଗଣିବ ଦିଲ୍ଲୀ ଜଳ ବୋର୍ଡ, ନୋଏଡା କର୍ତ୍ତୃପକ୍ଷ
Yamuna River Pollution: ୧୫୦କୋଟି ତଣ୍ଡ ଗଣିବ ଦିଲ୍ଲୀ ଜଳ ବୋର୍ଡ, ନୋଏଡା କର୍ତ୍ତୃପକ୍ଷ

ନୂଆଦିଲ୍ଲୀ:ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT)ର ନିୟମ ନ ମାନିବା ଓ ଯମୁନା ନଦୀ ପାଣିର ସ୍ବଚ୍ଛତାକୁ ଅଣଦେଖା କରିବା ପଡ଼ିଲା ମହଙ୍ଗା । ଦିଲ୍ଲୀ ଜଳ ବୋର୍ଡ ଓ ନୋଏଡ଼ା କର୍ତ୍ତୃପକ୍ଷ ଗଣିବେ ୧୫୦ କୋଟି ଟଙ୍କାର ତଣ୍ଡ । ଦୂଷିତ, ଅପରିଷ୍କାର ଜଳ ଯମୁନା ନଦୀରେ ଛଡ଼ାଯାଉଥିବାରୁ ଦିନକୁ ଦିନ ବିଷାକ୍ତ ହେବାର ଲାଗିଛି ନଦୀ ପାଣି । ତେବେ ଜଷ୍ଟିଷ ଆଦର୍ଶ କୁମାର ଗୋୟଲଙ୍କ ନେତୃତ୍ବାଧୀନ ବେଞ୍ଚ ଉଭୟଙ୍କ ଉପରେ ଏହି ଜୋରିମାନା ଲଗାଇଛି ।

ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଦୂଷିତ ପାଣିରୁ ବିଷାକ୍ତ ପଦାର୍ଥ ନିଷ୍କାସନ ପ୍ରକ୍ରିୟା) କାମ କରୁନଥିବା ସହ କୋଣ୍ଡଲି ଓ ନୋଏଡ଼ା ଡ୍ରେନ ଦେଇ ଦୂଷିତ ପାଣି ଯମୁନା ନଦୀରେ ମିଶୁଛି । ଏଥିଲାଗି NGT ପକ୍ଷରୁ ଦିଲ୍ଲୀ ଜଳ ବୋର୍ଡ ଉପରେ ୧୦୦ କୋଟି ଓ ନୋଏଡ଼ା କର୍ତ୍ତୃପକ୍ଷଙ୍କ ଉପରେ ୫୦ କୋଟି ଟଙ୍କାର ଫାଇନ ଲଗାଯାଇଛି । ଏହି ଜୋରିମାନା ଅର୍ଥକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛି । ଏହାର ବ୍ୟବହାର ପରିବେଶ ଓ ଲୋକଙ୍କ ସ୍ବାସ୍ଥ୍ୟର ହୋଇଥିବା କ୍ଷତିର ଭରଣପୋଷଣ କରାଯିବ ।

ଏ ନେଇ NGT ପକ୍ଷରୁ କୁହାଯାଇଛି ଯେ, "ନୋଏଡ଼ାରେ ପର୍ଯ୍ୟାପ୍ତ ସଂଖ୍ୟାରେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନାହିଁ । ଏହି କ୍ଷେତ୍ରରେ ଦିଲ୍ଲୀ ଜଳ ବୋର୍ଡ ମଧ୍ୟ ସଠିକ ଭାବରେ କାର୍ଯ୍ୟ କରୁନାହିଁ । ଏଥିଲାଗି ନୋଏଡ଼ା ଓ ଶାହଦରା ଡ୍ରେନ ଦେଇ ଯମୁନା ନଦୀ ସହିତ ଗଙ୍ଗା ନଦୀକୁ ମଧ୍ୟ ପ୍ରଦୂଷିତ କରାଯାଉଛି । " ଏହାସହିତ ଏନଜିଟି ଦିଲ୍ଲୀ ଓ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କୁ ଏହି ମାମଲାକୁ ଗମ୍ଭୀରତାର ସହିତ ନେବା ସହିତ ଏଥିଲାଗି ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦେଇଛି ।

Last Updated : Aug 6, 2022, 2:01 PM IST

ABOUT THE AUTHOR

...view details