ପାଟନା:ସୀମା ଡେଇଁଲା ପାଶବିକତା । ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଅପହରଣ ପରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବିହାରର ମୁଜାଫରପୁର(Muzaffarpur district) ଜିଲ୍ଲାରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲ ପଠାଯାଇଛି । ସୂଚନା ଅନୁସାରେ, ମୁଜାଫରପୁର ଜିଲ୍ଲାର ଜୈନିକ ପରିବାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବାହାରକୁ ଯାଇଥିଲେ ଓ ଝିଅକୁ ଘରେ ଏକାଛାଡି ଯାଇଥିଲେ ।
ଏହାର ସୁଯୋଗ ପାଇଁ କିଛି ଦୁବୃର୍ତ୍ତ ଗତ ରବିବାର ଦିନ ତାଙ୍କ ଘରେ ପଶି ଥିଲେ । ଅଭିଯୋଗ ଅନୁଯାୟୀ, ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ ଜଣଙ୍କୁ କିଛି ନିଶାଦ୍ରବ୍ୟ ଖୁଆଇ ଅପହରଣ କରି ନେଇଥିଲେ । ପରେ ଅନ୍ୟଏକ ସ୍ଥାନକୁ ନେଇ ସେଠାରେ ୪ ଅଭିଯୁକ୍ତ ନାବାଳିକା ସହ ଗଣ ଦୁଷ୍କର୍ମ କରିଥିଲେ । ସୋମବାର ଦିନ ନାବାଳିକାଙ୍କୁ ଛାଡି ଦେଇଥିଲେ । ପରେ ପୀଡିତା ଜଣକ ଏ ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପୀଡିତା ଏବଂ ତାଙ୍କ ମା କାଣ୍ଟି(Kanti Police Station) ପୋଲିସ ଷ୍ଟେସନରେ ଦୀପକ କୁମାର ଏବଂ ସଞ୍ଜିତ କୁମାରଙ୍କ ନାଁରେ ଏତଲା ଦେଇଥିବା ବେଳେ ଆଉ ଦୁଇଜଣ ଯୁବକଙ୍କ ନାଁରେ ମଧ୍ୟ ମାମଲା ଦାୟର ହୋଇଛି ।