ଓଡିଶା

odisha

ETV Bharat / bharat

ଡାକ୍ତରଙ୍କ ଅବହେଳାରୁ ଗଲା 15 ଜୀବନ - ମଧ୍ୟ ପ୍ରଦେଶରେ 15 ରୋଗୀ ମୃତ

ମଧ୍ୟପ୍ରଦେଶର ଏକ କ୍ଲିନିକରେ ଡାକ୍ତରଙ୍କ ଅବହେଳା କାରଣରୁ 15 ଚିକିତ୍ସାଧୀନ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଡାକ୍ତରଙ୍କ ଅବହେଳାରୁ ଗଲା 15 ଜୀବନ
ଡାକ୍ତରଙ୍କ ଅବହେଳାରୁ ଗଲା 15 ଜୀବନ

By

Published : May 29, 2021, 1:27 PM IST

ଭୋପାଲ: ଡାକ୍ତରଙ୍କ ଅବହେଳାରୁ ଚାଲିଗଲା 15 ନିରିହ ଜୀବନ । ଏପରି ଅଭିଯୋଗ ଆସିଛି ମଧ୍ୟପ୍ରଦେଶ ପଣ୍ଡାଭାପୁର ଏକ ଘରୋଇ କ୍ଲିନିକ ନାଁରେ । ଡାକ୍ତରଙ୍କ ଅବହେଳା କାରଣରୁ 15 ନିରିହ ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରାଯାଇଛି ।

ପଣ୍ଡାଭାପୁର ଡେପୁଟି ଡିଭିଜନାଲ ଅଫିସର ଶିବାନନ୍ଦ ମୁର୍ତ୍ତିଙ୍କ କହିବା ଅନୁଯାୟୀ ଏହି ଡାକ୍ତରଖାନାରେ କଳା ବଜାରୀ, ଡ୍ରଗ୍ ବିକ୍ରିକୁ ନେଇ ଡାକ୍ତରଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ବର୍ତ୍ତମାନ ଡାକ୍ତରଙ୍କ ଅବହେଳାରୁ 15 ଜଣଙ୍କ ପ୍ରାଣହାନୀ ଘିଟିଛି । ଫଳରେ ଡାକ୍ତରଖାନାକୁ ସିଲ୍ କରାଯାଇଛି । ସେହିପରି ଡାକ୍ତର ଆସାରାନ୍ନା କୋରୋନା ରୋଗୀଙ୍କୁ 2 ହଜାର ଟଙ୍କାରେ ମେଡିସିନ୍ ଦେଉଥିଲେ । ଏଠାରୁ ମେଡିସିନ ଖାଉଥିବା 16 ଜଣଙ୍କ ଜୀବନ ଯାଇଛି । ଏନେଇ ଖବର ପାଇବା ପରେ ଆମେ ପଦକ୍ଷେପ ନେଇଛୁ ବୋଲି ଶିବାନନ୍ଦ ମୂର୍ତ୍ତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details