ମୁମ୍ବାଇ:ମହାରାଷ୍ଟ୍ର ମୁମ୍ବାଇର ଅନ୍ଧେରୀରେ ଥିବା ଏକ ସ୍ଥାନୀୟ ବାର୍ରେ ମୁମ୍ବାଇ ପୋଲିସର ୧୫ ଘଣ୍ଟା ଜେରା । ଶନିବାର ଏହି ଜେରା ପରେ ଉକ୍ତ ସ୍ଥାନରୁ ୧୭ ଜଣ ବାର୍ ଡ୍ୟାନ୍ସରଙ୍କ ସହିତ ୩ଟି କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏଠାରେ କୋରୋନା ନିୟମାବଳୀର ଉଲ୍ଲଘଂନ କରାଯାଉଥିବା ଏକ NGO ସଂସ୍ଥାର ଅଭିଯୋଗ କ୍ରମେ ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ଗୁପ୍ତ ବେସମେଣ୍ଟ(Secret Basement)ରେ ଲୁଚିଥିବା ଏହି ବାର ଡ୍ୟାନ୍ସରଙ୍କୁ ପୋଲିସ ଗିରଫ କରିଛି ।
ଏହି ବାର୍ରେ ଖୁଲମଖୁଲା କୋଭିଡ଼ ନିୟମର ଉଲ୍ଲଘଂନ ହେଉଥିଲା । ସାରା ରାତି ବାର ଡ୍ୟାନ୍ସରମାନେ ଅନେକଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ କୋଟି କୋଟି ଟଙ୍କାର ଲାଭ ହେଉଥିଲା । ଏ ସମ୍ପର୍କରେ ଏକ NGO ସଂସ୍ଥା ପୋଲିସକୁ ଖବର ଦେଇଥିଲା । ପୋଲିସ ଖବର ପାଇବା ମାତ୍ରେ ରାତି ପ୍ରାୟ ସାଢେ ୧୧ଟା ସମୟରେ ଉକ୍ତ ବାର୍ ଉପରେ ଚଢାଉ କରିଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଢାଉ ବେଳେ ଗୋଟିଏ ବି ବାର୍ ଡ୍ୟାନ୍ସରଙ୍କୁ ପ୍ରଥମେ ଠାବ କରିପାରିନଥିଲା ପୋଲିସ । ବାର୍ର ଷ୍ଟୋରେଜ ରୁମ ସମେତ ବାଥରୁମ, ରୋଷେଇ ଘର ଆଦି ସମସ୍ତ ଥାନାରେ ଯାଞ୍ଚ କରିଥିଲା । ଏହାପରେ ବାର ମ୍ୟାନେଜର, କ୍ୟାସିଅର ଓ ୱେଟରଙ୍କୁ ଡ୍ୟାନ୍ସରଙ୍କ ସମ୍ପର୍କରେ ପଚାରିଥିଲା । କିନ୍ତୁ ସେମାନେ ଏଠାରେ ବାର ଡ୍ୟାନ୍ସର ନାହାନ୍ତି ବୋଲି କହିଥିଲେ ।
ସୁଡ଼ଙ୍ଗରେ ଲୁଚିଥିଲେ ଡ୍ୟାନ୍ସର:-