ନୂଆଦିଲ୍ଲୀ: ଦେଶରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ। 24 ଘଣ୍ଟା ଭିତରେ ଆସିଲା 14 ହଜାର 849 କୋରୋନା ପଜିଟିଭ । ଏଥିରେ 155 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଯଦି ଦେଖାଯାଏ ତେବେ ଗତକାଲି(ଶନିବାର) ଅପେକ୍ଷା ଆଜି (ରବିବାର) ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହାକୁ ନେଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 6 ଲକ୍ଷ 54 ହଜାର 533 କୁ ବୃଦ୍ଧି ପାଇଛି।
ସେହିପରି ଗୋଟିଏ ଦିନରେ 15 ହଜାର 948 ଜଣ ସୁସ୍ଥ ହୋଇ ମୋଟ 1 କୋଟି 3 ଲକ୍ଷ 16 ହଜାର 786ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବଂ ଏବେ ସୁଦ୍ଧା ହେଲେଣି 1 ଲକ୍ଷ 53 ହଜାର 339 ଜଣ ଆକ୍ରାନ୍ତଙ୍କ ଜୀବନ । ବର୍ତ୍ତମାନ ମୋଟ 1 ଲକ୍ଷ 84 ହଜାର 408 ଜଣ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି।