ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ସାମିଲ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଚାହିଦା ସର୍ବେକ୍ଷଣ କରାଯାଇଥିଲା । ସହରାଞ୍ଚଳରେ ୧ କୋଟି ୧୨ ଲକ୍ଷ ୨୪ ହଜାର ଆବାସ ନିର୍ମାଣର ଚାହିଦା ରହିଥିବା ଆକଳନ କରିଛି ମନ୍ତ୍ରଣାଳୟ।
PMAY-U; ବର୍ତ୍ତମାନ ସୁଦ୍ଧା ୧ କୋଟି ୧୪ ଲକ୍ଷ ୬ ହଜାର ଆବାସ ମଞ୍ଜୁର - ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ସାମିଲ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଚାହିଦା ସର୍ବେକ୍ଷଣ କରାଯାଇଥିଲା । ସହରାଞ୍ଚଳରେ ୧ କୋଟି ୧୨ ଲକ୍ଷ ୨୪ ହଜାର ଆବାସ ନିର୍ମାଣର ଚାହିଦା ରହିଥିବା ଆକଳନ କରିଛି ମନ୍ତ୍ରଣାଳୟ (Ministry of Housing & Urban) । ଅଧିକ ପଢନ୍ତୁ
ଏହାର ତୁଳନାରେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟି ୧୪ ଲକ୍ଷ ୬ ହଜାର ଆବାସ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମଞ୍ଜୁରି ହାସଲ କରିଥିବା ଆବାସ ମଧ୍ୟରୁ ୮୯ ଲକ୍ଷ ୩୬ ହଜାର ଆବାସ ନିର୍ମାଣ କାମ ଆରମ୍ଭ ହୋଇଛି ।
ଅନ୍ୟପଟେ ୫୨ ଲକ୍ଷ ୫୫ ହଜାର ଆବାସ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି କିମ୍ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଅନୁରୂପ ଭାବେ ଓଡିଶା ପାଇଁ ୧ ଲକ୍ଷ ୭୭ ହଜାର ୫୨୮ଟି ଆବାସ ପ୍ରକଳ୍ପ ମଞ୍ଜୁର କରାଯାଇଛି । ୧ ଲକ୍ଷ ୩୬ ହଜାର ୨୦୫ଟି ଆବାସ କାମ ଆରମ୍ଭ ହୋଇଛି । ସେଥିରୁ ୯୮ ହଜାର ୨୦୩ଟି ଆବାସ କାମ ସମ୍ପୂର୍ଣ୍ଣ କିମ୍ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ମଞ୍ଜୁର ପାଇଥିବା ସମସ୍ତ ପ୍ରକଳ୍ପ/ଆବାସ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।