ବେଙ୍ଗାଲୁରୁ:ପାଠ ପଢିବାକୁ କହିବାରୁ ପଥରରେ ଛେଚି ଛେଚି ନିଜ ବାପା ମା' ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ । ଏହି ଘଟଣାରେ ପୋଲିସ 14 ବର୍ଷର ପୁଅକୁ ଗିରଫ କରିଛି ।
ମିଳିଥିବା ସୂଚାନାଅନୁଯାଇ ମୃତ 2 ଦମ୍ପତି ହନୁମାନଥା ରାୟ ଓ ହନ୍ନାମା ପେନିଆର କାରିହୋବାନାହାଲି ନିକଟ ନ୍ୟୁମେରୋଲୋଜି ବିଭାଗରେ ବାଙ୍ଗାଲୋର ଜିଲ୍ଲା କାର୍ଯ୍ୟାଳୟରେ ଗୃହରକ୍ଷୀ ଭାବରେ କାର୍ଯ୍ୟ କରୁଥିଲେ । ସେମାନେ ଅଫିସ୍ ପାଖରେ ଥିବା ଶେଡରେ ରହୁଥିଲେ | ତେବେ ସକାଳ କାର୍ଯ୍ୟାଳୟକୁ ଆସିଥିବା କର୍ମଚାରୀ ମାନେ କବାଟ ଦୀର୍ଘ ସମୟ ବନ୍ଦ ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।