ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 9ରେ BRICS ସମ୍ମିଳନୀ, ଅଧ୍ୟକ୍ଷତା କରିବ ଭାରତ - ବ୍ରିକ୍ସ ଶିଖର ସମ୍ମିଳନୀ

ସେପ୍ଟେମ୍ବର 9ରେ ଅନୁଷ୍ଠିତ ହେବାକୁ ଯାଉଛି BRICS ସମ୍ମିଳନୀ । ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । ଅଧିକ ପଢନ୍ତୁ...

ସେପ୍ଟେମ୍ବର 9ରେ BRICS ସମ୍ମିଳନୀ, ଅଧ୍ୟକ୍ଷତା କରିବ ଭାରତ
ସେପ୍ଟେମ୍ବର 9ରେ BRICS ସମ୍ମିଳନୀ, ଅଧ୍ୟକ୍ଷତା କରିବ ଭାରତ

By

Published : Sep 6, 2021, 4:30 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର 9ରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଦେଶମାନଙ୍କ ଶିଖର ସମ୍ମିଳନୀ(BRICS Summit) । ଏଥର 13 ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । ଏହି ବୈଠକରେ ଭାରତ ସମେତ ଚୀନ, ଋଷ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସାମିଲ ହେବେ ।

ଚଳିତ ଥର ଆଫଗାନିସ୍ତାନ ସଙ୍କଟ ବ୍ରିକ୍ସ ସମ୍ମିଳନୀର ଫୋକସରେ ରହିପାରେ । କାରଣ ତାଲିବାନୀମାନେ ଆଫଗାନିସ୍ତାନକୁ କବଜା କରିବା ପରେ ରକ୍ତପାତ ସହ ଅସ୍ଥିରତା ଉପୁଜିଛି, ଯାହା ପଡୋଶୀ ଦେଶଗୁଡିକ ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସମ୍ମିଳନୀକୁ ନେଇ ଚୀନ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନିବନ ବ୍ରିକ୍ସ ବୈଠକରେ ଆଫଗାନିସ୍ତାନ ଉପରେ ଚର୍ଚ୍ଚା ବିଷୟ ଉପରେ ଆଲୋଚନା କରି କହିଥିଲେ, ବ୍ରିକ୍ସ ହେଉଛି ବିକାଶଶୀଳ ଦେଶଗୁଡିକ ମଧ୍ୟରେ ସହଯୋଗର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ । ଅନ୍ତରାଷ୍ଟ୍ରୀୟ ମାମଲାରେ ଏହା ଏକ ସକାରାତ୍ମକ ଶକ୍ତି ।

ସେହିପରି ଗତବର୍ଷ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଯୋଗୁଁ ରକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା | ଏହି ସମୟ ମଧ୍ୟରେ ଚୀନ୍ ସୀମା ଅନେକ ଥର ସୀମା ନିୟମ ଉଲ୍ଲଂଘନ କରିଥିଲା। ତେବେ ଏହି ଉତ୍ତେଜନାକୁ ଦୂର କରିବା ପାଇଁ ଏପର୍ଯ୍ୟନ୍ତ ଅନେକ ବୈଠକ ଅନୁଷ୍ଠିତ ହୋଇସାରିଛି । ବ୍ରିକ୍ସ ବୈଠକରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ଉପରେ ଆଲୋଚନା କରାଯାଇପାରେ ବୋଲି ବିଶ୍ବାସ କରାଯାଉଛି । ଯେତେବେଳେ ଋଷ ଏହି ସମ୍ମିଳନୀ ଆୟୋଜନ କରିଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏଥିରେ ଯୋଗ ଦେଇଥିଲେ ।

ABOUT THE AUTHOR

...view details