ନୂଆଦିଲ୍ଲୀ:ଆଜି ସାରା ଦେଶ ପାଳୁଛି 75 ତମ ସ୍ବାଧୀନତା ଦିବସ । ଏହି ଅବସରରେ ୧,୩୮୦ ପୋଲିସ ଅଧିକାରୀଙ୍କୁ ସାହାସିକତା ମେଡାଲ ପ୍ରଦାନ କରାଯିବ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ସମୁଦାୟ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଦୁଇଜଣ ପୋଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟି ପାଇଁ ରାଷ୍ଟପତି ପୋଲିସ ମେଡାଲ (president's police medal for gallantry) ପ୍ରଦାନ କରାଯିବ । ୬୨୮ଜଣ ପୋଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟି ପାଇଁ ପୋଲିସ ମେଡାଲ ପ୍ରଦାନ କରାଯିବ (PMG) । ୮୮ଜଣଙ୍କୁ ଦେଶ ପ୍ରତି ଭିନ୍ନ ସେବା ପାଇଁ (president's police medal for distinguished srvice) ମେଡାଲ ପ୍ରଦାନ କରାଯିବ । ଏହା ସହିତ ୬୬୨ ଜଣଙ୍କୁ ସମ୍ମାନଜନକ ସେବା ପାଇଁ PPMG ପୁରସ୍କାର ପ୍ରଦାନ କରାଯିବ ।