ଓଡିଶା

odisha

By

Published : Jan 16, 2023, 8:42 AM IST

ETV Bharat / bharat

ଉତ୍ତର ଭାରତରେ ପ୍ରତିବନ୍ଧକ ଘନ କୁହୁଡି, ବିଳମ୍ବରେ ଚାଲୁଛି ୧୩ ଟ୍ରେନ

ଘନ କୁହୁଡି ଯୋଗୁଁ ପ୍ରଭାବିତ ଟ୍ରେନ ସେବା । ବିଳମ୍ବରେ ଚାଲୁଛି ୧୩ଟି ଟ୍ରେନ । ଆପଣଙ୍କର ଆଜି ଟ୍ରେନ ଯାତ୍ରା ରହିଥିଲେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

train late
train late

ନୂଆଦିଲ୍ଲୀ:ଉତ୍ତର ଭାରତରେ ଜାରି ରହିଛି ଘନ କୁହୁଡି । ଶୀତ ସାଙ୍ଗକୁ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଯାହା ଟ୍ରେନ ଚଳାଚଳ ପାଇଁ ଏକ ପ୍ରକାରର ବିପଦ । ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଉତ୍ତର ଭାରତରେ ୧୩ ଟି ଟ୍ରେନ ବିଳମ୍ବରେ ଚଳାଚଳ କରୁଛି । ଏନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଜର ପକାନ୍ତୁ କେଉଁ ଟ୍ରେନ କେତେ ଘଣ୍ଟା ବିଳମ୍ବରେ ଚାଲୁଛି

ଟ୍ରେନ ନମ୍ବର ୦୨୫୬୯ ଦରଭଙ୍ଗା ନୂଆ ଦିଲ୍ଲୀ କ୍ଲୋନ ଏକ୍ସପ୍ରେସ ୧.୩୦ ମିନିଟ ବିଳମ୍ବରେ ଚାଲୁଅଛି । ଦ୍ବିତୀୟରେ ଟ୍ରେନ ନମ୍ବର ୧୨୮୦୧ ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ବହୁ ବିଳମ୍ବରେ ଚାଲୁଅଛି । ୫ ଘଣ୍ଟା ବିଳମ୍ବରେ ଚାଲୁଛି ଏହି ଏକ୍ସପ୍ରେସ । ଗୟା- ନୂଆଦିଲ୍ଲୀ ମହାବୋଧି ଏକ୍ସପ୍ରେସ(୧୨୩୯୭)୧ ଘଣ୍ଟା ୩୦ ମନିଟ ବିଳମ୍ବରେ ଚାଲୁଅଛି । ଚତୁର୍ଥରେ ବରାଉନି- ନୂଆ ଦିଲ୍ଲୀ କ୍ଲୋନ ସ୍ପେଶାଲ ଏକ୍ସପ୍ରେସ(୦୨୫୬୩) ନିଜର ଚଳାଚଳର ସମୟର ଠାରୁ ୧ ଘଣ୍ଟା ୩୦ ମନିଟ ପଛୁଆ ରହିଛି ।

ଅନ୍ୟପଟେ ଦିବ୍ରୁଘର ଟାଉନ ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ(୧୨୪୨୩) ସମୁଦାୟ ୫ ଘଣ୍ଟା ବିଳମ୍ବରେ ଚାଲୁଛି । ସେହିପରି ଟ୍ରେନ ନମ୍ବର ୨୨୪୦୨ ଉଦ୍ଧମପୁର-ଦିଲ୍ଲୀ ସରାଇ ରୋହିଲା ଏସି ଏସଏଫ ଏକ୍ସପ୍ରେସ ୧ ଘଣ୍ଟା ୩୦ ମନିଟ ବିଳମ୍ବରେ ଚାଲୁଅଛି । କାମାକ୍ଷା- ଦିଲ୍ଲୀ ବ୍ରହ୍ମପୁତ୍ର ମେଲ ଏକପ୍ରେସ(୧୫୬୫୮) କୁହୁଡି ପାଇଁ ୩.୩୦ ମିନିଟ ବିଳମ୍ବରେ ଚାଲୁଅଛି ।

ଏହା ମଧ୍ୟ ପଢନ୍ତୁ: Pokhara Plane Crash Tragedy: ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ, ଫେସବୁକ ଲାଇଭ କରୁଥିଲେ ଯୁବକ

ଘନ କୁହୁଡି ଯୋଗୁଁ ବିଶାଖାପାଟନମ- ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ(୨୦୮୦୫) ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଯାତ୍ରା କରୁଛି । ସେହିପରି ସୁତଲାନପୁର- ଆନନ୍ଦ ବିହାର ଟର୍ମିନାଲ ସଦଭାବନା ଏକ୍ସପ୍ରେସ(୧୪୦୧୩) ୧ ଘଣ୍ଟା ୪୫ ମିନିଟ ବିଳମ୍ବରେ ଚାଲୁଅଛି । ଟ୍ରେନ ନମ୍ବର ୦୪୬୫୧ ଜୟନଗର- ଅମ୍ରିତସର କ୍ଲୋନ ସ୍ପେଶାଲ ଟ୍ରେନ ଧାର୍ଯ୍ୟ ସମୟ ଠାରୁ ୮ ଘଣ୍ଟା ବିଳମ୍ବରେ ଯାତ୍ରା କରୁଛି । ଡକ୍ଟର ଆମ୍ବେଦକର ନଗର-ଶ୍ରୀ ମାତା ବୈଷ୍ଣବ ଦେବୀ କାତ୍ରା ମାଲଓ୍ବା ଏସଏଫ ଏକ୍ସପ୍ରେସ(୧୨୯୧୯) ଏକ ଘଣ୍ଟା ୩୦ ମିନିଟ ବିଳମ୍ବ ରହିଛି । ସେହିପରି ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ- ନୂଆଦିଲ୍ଲୀ ଗ୍ରାଣ୍ଡ ତ୍ରୁଙ୍କ ଏକ୍ସପ୍ରେସ(୧୨୬୧୫) ସାଢେ ୩ ଘଣ୍ଟା ବିଳମ୍ବ ରହିଛି । ଟ୍ରେନ ନମ୍ବର ୧୨୭୨୩ ହାଇଦ୍ରାବାଦ ଡେକାନ ନାମୋଲି- ନୂଆଦିଲ୍ଲୀ ତେଲେଙ୍ଗାନା ଏକ୍ସପ୍ରେସ(୧୨୭୨୩) ଧାର୍ଯ୍ୟ ସମୟ ଠାରୁ ୨ ଘଣ୍ଟା ବିଳମ୍ବରେ ଚାଲୁଅଛି ।

ପ୍ରକାଶଥାଉକି ଉତ୍ତର ଭାରତରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ସହ ଶୀତ ଜାରି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଗତକାଲି(ରବିବାର) ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details