ଓଡିଶା

odisha

ETV Bharat / bharat

ଆନ୍ଧ୍ରରେ ଗଠନ ହେଲା ୧୩ ନୂଆ ଜିଲ୍ଲା - ଜଗନ ମୋହନ ରେଡ୍ଡି ନ୍ୟୁଜ

ଗଣତନ୍ତ୍ର ଦିବସରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡି ୧୩ ଟି ନୂଆ ଜିଲ୍ଲା ଗଠନ କରିଛନ୍ତି(13 Districts Forms In Andhra Pradesh) । ଅଧିକ ପଢନ୍ତୁ

13 new districts forms in Andhra Pradesh
ଆନ୍ଧ୍ରରେ ଗଠନ ହେଲା ୧୩ ନୂଆ ଜିଲ୍ଲା

By

Published : Jan 26, 2022, 5:06 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଗଠନ ହେଲା ୧୩ଟି ନୂଆ ଜିଲ୍ଲା(13 Districts Forms In Andhra Pradesh) । ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡି ରାଜ୍ୟରେ ନୂଆ ଜିଲ୍ଲାଗୁଡିକୁ ମାନଚିତ୍ରରେ ସଂଯୋଗ କରିଛନ୍ତି । ନୂଆ ଜିଲ୍ଲା ଗଠନ ସହିତ ଆନ୍ଧ୍ର ପ୍ରଦେଶ 26 ଟି ଜିଲ୍ଲାରେ ରୂପାନ୍ତରିତ ହୋଇଛି ।

ଆନ୍ଧ୍ରପ୍ରଦେଶ ଜିଲ୍ଲା ଗଠନ ଅଧିନିୟମ, ଧାରା 3(5) ଅନୁଯାୟୀ ସରକାର ନୂତନ ଜିଲ୍ଲାଗୁଡ଼ିକୁ ସଂଯୋଗ କରି ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତିର 30 ଦିନ ମଧ୍ୟରେ ସେହି ଜିଲ୍ଲାଗୁଡିକରେ ରହୁଥିବା ବ୍ୟକ୍ତିଙ୍କ ଠାରୁ ଆପତ୍ତି ଏବଂ ପରାମର୍ଶ ଦାଖଲ କରିବାକୁ ଆହ୍ବାନ କରାଯାଇଛି |

ଆନ୍ଧ୍ରପ୍ରଦେଶର ସଂସଦୀୟ ନିର୍ବାଚନମଣ୍ଡଳୀ ଆଧାରରେ ଏହି ନୂତନ ଜିଲ୍ଲା ଗଠନ କରାଯାଇଛି, ଯେଉଁଥିରେ ରାଜ୍ୟର 25 ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ 24 ଟି ଜିଲ୍ଲାକୁ ରୂପାନ୍ତରିତ ହୋଇଛି ।

ବିଶାଖାପାଟନମରେ ଥିବା ଅରକୁ ଲୋକସଭା ନିର୍ବାଚନମଣ୍ଡଳୀକୁ ଦୁଇଟି ଜିଲ୍ଲାରେ ବିଭକ୍ତ କରାଯାଇଛି । ତେବେ ନୂଆ 13 ଟି ଜିଲ୍ଲାର ନାମ ହେଉଛି- ମଣିଆମ୍, ଅଲୁରୀ ସୀତାରାମ ରଜୁ, ଅନାକାପାଲ୍ଲୀ, କାକିନାଡା, କୋନା ସିମା, ଏଲୁରୁ, ଏନଟିଆର ଜିଲ୍ଲା, ବାପାଟଲା, ପାଲାଣ୍ଡୁ, ନନ୍ଦୟାଲ, ଶ୍ରୀ ସତ୍ୟସାଇ, ଅନ୍ନାମୟା ଏବଂ ଶ୍ରୀବାଲାଜୀ ଜିଲ୍ଲା ।

ABOUT THE AUTHOR

...view details