ଶ୍ରୀନଗର:କାଶ୍ମୀରର ଜାମିଆ ମସଜିଦରେ ଭାରତ ବିରୋଧୀ ତଥା ହିଂସା ସୃଷ୍ଟିକାରୀ ଉତ୍ତେଜକ ସ୍ଲୋଗାନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀନଗର ପୋଲିସ । ଘଟଣାରେ ସମ୍ପୃକ୍ତ ମୋଟ 13 ଜଣଙ୍କୁ ଆଜି ଗିରଫ କରାଯାଇଛି । ଶୁକ୍ରବାର (April 9) ସଂନ୍ଧ୍ୟାରେ ନମାଜ ପାଠ ବେଳେ ଏପରି କିଛି ଘଟଣା ସାମ୍ନାକୁ ଆସିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ନମାଜ ପାଠରେ ପ୍ରାୟ 20 ହଜାର ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ 10ରୁ 12ଜଣ ଯୁବକ ଭାରତ ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଓ ପରେ ଆଉ କିଛି ଯୁବକ ଏଥିରେ ସାମିଲ ହୋଇ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ଦେଶ ବିରୋଧୀ ସ୍ଲଗାନ ପରେ ମସଜିଦ ଦାୟିତ୍ବରେ ଥିବା ସ୍ବେଚ୍ଛାସେବୀ ଓ ସ୍ଲୋଗାନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସ୍ବେଚ୍ଛାସେବୀମାନେ ସେମାନଙ୍କୁ ବାରଣ କରିବା ସହ ରୋକିବା ପାଇଁ ଚେଷ୍ଟା କରିବା ବେଳେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା ।