ହାଇଦ୍ରାବାଦ:ବେଙ୍ଗାଲୁରୁରେ ଗୁଡି ଉଡାଇବା ବେଳେ ଅଘଟଣ । ଛାତ ଉପରେ ଗୁଡି ଉଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଜଣେ 12 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ନାବାଳକଟି ନିଜ ଘରର ଛାତ ଉପରେ ଗୁଡି ଉଡାଉଥିବା ବେଳେ ନିକଟରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଛି । ସୋମବାର ସହରର ଆରଟି ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଚାମୁଣ୍ଡି ନଗରର ବିଶ୍ୱସରାୟା ଲେ-ଆଉଟ ଅଞ୍ଚଳରେ ଏହି ଅଘଟଣ ଘଟିଛି । ପ୍ରାଣ ହରାଇଥିବା ନାବାଳକ 12 ବର୍ଷୀୟ ଅବୁବକର ବୋଲି ଚିହ୍ନଟ ହୋଇଛି ।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅବୁବକର ଛାତ ଉପରେ ଗୁଡି ଉଡାଉଥିଲା । ଛାତ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସିବା ଯୋଗୁ ତାକୁ ବିଦ୍ୟୁତ ଆଘାତ ଲାଗିଥିଲା । ତାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପରେ ମୃତ ନାବାଳକର ପରିବାର ପୋଲିସକୁ ଅବଗତ କରିନାହାନ୍ତି । ଅନ୍ୟପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।