ଭୋପାଳ :ପବଜି(PUBG) ଗେମ ନେଲା ଛାତ୍ରଙ୍କ ଜୀବନ । ଘରେ କେହି ନ ଥିବାବେଳେ ରଶି ଲଗାଇ ଝୁଲିଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା(Tukoganj police station ) ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନଭିନ ଆରମ୍ଭ କରିଛି ।
ସୂଚନା ଅନୁସାରେ, ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା ଅଞ୍ଚଳର ଭାଲାବ ନଗରରେ 18 ବର୍ଷୀୟ ବିବେକ ନିଜ ପରିବାର ସହ ରୁହନ୍ତି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ । ଘରେ ପରିବାର ଲୋକେ ନ ଥିବା ସମୟରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଘରକୁ ଆସିବା ପରେ ବିବେକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।