ନୂଆଦିଲ୍ଲୀ:ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଜାରି ରହିଛି ଅସହମତି । ଏହି ପରିପ୍ରେକ୍ଷୀରେ ଆଜି ଭାରତ ଓ ଚୀନ ମଧ୍ୟରେ ୧୨ ତମ ସାମରିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ଓ ଚୀନ ସୀମାର ଗୋଗ୍ରା ଏବଂ ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ପୂର୍ବ ଲଦାଖରେ ସଂଘର୍ଷ ପରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଆଗକୁ ନେବାକୁ ଲକ୍ଷ୍ୟ ରଖି ଭାରତ ଏବଂ ଚୀନ ଦ୍ବାଦଶ ରାଉଣ୍ଡ ସାମରିକ ଆଲୋଚନା ଚାଲିଛି । ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘ ୧୪ ମାସ ହେଲା ଭାରତ ଓ ଚୀନ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଜାରି ରହିଛି । ଭାରତ ଓ ଚୀନ ମଧ୍ୟରେ ଏଲଏସିର ସେପାଖ ଚୀନର ମୋଲ୍ଡରେ ଅନୁଷ୍ଠିତ ହେଉଛି ୧୨ ତମସାମରିକ ବୈଠକ । ଏକ ସୂତ୍ରରୁ ଜଣାପଡିଛି ଯେ ନିର୍ଦ୍ଧାରିତ ସମୟ ସକାଳ 10.30 ରେ ଆରମ୍ଭ ହୋଇଥିଲା। ଆଲୋଚନା ବିଷୟରେ ସୂତ୍ରରୁ ପ୍ରକାଶ ଯେ ହଟ୍ ସ୍ପ୍ରିଙ୍ଗ ଏବଂ ଗୋଗ୍ରାଠାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ଭାରତ ସକରାତ୍ମକ ଫଳାଫଳ ଆଶା କରୁଛି।