ଓଡିଶା

odisha

ETV Bharat / bharat

ବର୍ଷକରେ ମଲେଣି 126 ବାଘ, ସର୍ବାଧିକ ମଧ୍ୟପ୍ରଦେଶରେ: NTCA - ବାଘ ମୃତ୍ୟୁ ରିପୋର୍ଟ ଦେଲେ ସରକାର

ଦେଶରେ କ୍ରମାଗତ ହ୍ରାସ ପାଉଛି ବାଘ ସଂଖ୍ୟା । ଚଳିତବର୍ଷ 126 ବାଘଙ୍କ ହୋଇଛି ମୃତ୍ୟୁ । ସର୍ବାଧିକ ମଧ୍ୟପ୍ରଦେଶରେ । ସୂଚନା ଦେଲା NTCA । ଅଧିକ ପଢନ୍ତୁ

ବର୍ଷକରେ ମଲେଣି 126 ବାଘ, ସର୍ବାଧିକ ମଧ୍ୟପ୍ରଦେଶରେ: NTCA
ବର୍ଷକରେ ମଲେଣି 126 ବାଘ, ସର୍ବାଧିକ ମଧ୍ୟପ୍ରଦେଶରେ: NTCA

By

Published : Dec 30, 2021, 5:50 PM IST

ନୂଆଦିଲ୍ଲୀ: ଜାତୀୟ ପଶୁ ବାଘର ସୁରକ୍ଷା ଏକାଧିକ ଯୋଜନା କାର୍ଯ୍ୟକାରୀ ପରେ ମଧ୍ୟ ଦେଶରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ବାଘଙ୍କ ସଂଖ୍ୟା । ଦେଶରେ ମୋଟ ବାଘ ସଂଖ୍ୟାର ପ୍ରାୟ 30 ପ୍ରତିଶତ ବାଘ ସଂରକ୍ଷିତ ଜଙ୍ଗଲ ପରିଧିର ବାହାରେ ଅଛନ୍ତି । ସହିପରି ବାଘ ମୃତ୍ୟୁ ସଂଖ୍ୟା ମଧ୍ୟ ଚଳିତବର୍ଷ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଚଳିତବର୍ଷ ଦେଶରେ ମୋଟ 156ଟି ବାଘଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ପ୍ରକାଶ କରିଛି ।

ଏହି ବାଘଙ୍କ ମଧ୍ୟରେ ସର୍ବାଧିକ ମୃତ୍ୟୁ ମଧ୍ୟପ୍ରଦେଶରେ ହୋଇଛି । 46 ବାଘଙ୍କ ମୃତ୍ୟୁ ମଧ୍ଯପ୍ରଦେଶର ଜଙ୍ଗଲରେ ହୋଇଥିବା ବେଳେ ମହାରାଷ୍ଟ୍ରରେ 26 ଟି ଓ କର୍ଣ୍ଣାଟକରେ 14 ଟି ବାଘଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପ୍ରକାଶ ପାଇଛି । ଏହିପରି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିବା ପରେ ଜାତୀୟ ପଶୁ ବାଘର ସୁରକ୍ଷା ଓ ବଂଶବୃଦ୍ଧି ନେଇ ସରକାର ହାତକୁ ନେଇଥିବା ଏକାଧିକ ପ୍ରକଳ୍ପର କର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଘଟଣାର ତୃଣମୂଳସ୍ତରୀୟ ଯାଞ୍ଚ ହେବା ସହ ପ୍ରତିଶେଧକ ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି NTCA କହିଛି ।

ଶିକାର ଓ ଅନ୍ୟ କାରଣରୁ ଦେଶରେ କ୍ରମାଗତ ଭାବେ ବାଘ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ଏକ ପ୍ରକାର ସବୁ ରେକର୍ଡକୁ ଭାଙ୍ଗିଦେଇଛି । ତେବେ NTCA ପକ୍ଷରୁ ଜଣେ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଯେ, ଶିକାର ରୋକିବା ଓ ବାଘକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକାଧିକ ଆକ୍ସନ ପ୍ଲାନ ଜାରି ରହିଛି । ସଂରକ୍ଷିତ ଜଙ୍ଗଲ ତଥା ଅଭୟାରଣ୍ୟରେ ନିୟମିତ ପାଟ୍ରୋଲିଂ ଓ ବାଘଙ୍କ ଟ୍ରାକିଂ ନେଇ ନୂଆ ଏସଓପି ଜାରି କରିବାକୁ ପଡିବ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।

ତେବେ ଏହି ପ୍ରକ୍ରିୟା ମଧ୍ୟ ପୂର୍ବରୁ ଜାରି ରହିଥିଲା । ବାଘ ଥିବା ଜଙ୍ଗଲରେ ଲୋକଙ୍କ ମଧ୍ୟରେ ସେମାନଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରୟାସ କରାଯାଉଛି । ସେହିପରି ପେଶାଗତ ଭାବେ ଶିକାରରେ ଲିପ୍ତ ଅପରାଧୀଙ୍କୁ ମଧ୍ୟ ଗିରଫ କରାଯାଉଛି । ସବୁ ପରେ ମଧ୍ୟ ମାତ୍ର ବର୍ଷେ ମଧ୍ୟରେ 126 ବାଘଙ୍କ ମୃତ୍ୟୁ ରିପୋର୍ଟ ସାର୍ବଜନୀନ ହେବା ପରେ ପ୍ରକୃତିପ୍ରେମୀ ଓ ପରିବେଶବିତଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details