ଓଡିଶା

odisha

ETV Bharat / bharat

13 ମାସରେ ଆତ୍ମହତ୍ୟା କଲେଣି 125 ପାକିସ୍ତାନୀ ମହିଳା - uicide in Pak district

ପାକିସ୍ତାନର ସିନ୍ଧ ପ୍ରଦେଶରେ ଅବସ୍ଥିତ ତାରପାର୍କ ଜିଲ୍ଲାରେ ଅତି କମରେ 125 ଜଣ ମହିଳା ଆତ୍ମହତ୍ୟା କରିଥିବା ତଥ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

13 ମାସରେ ଆତ୍ମହତ୍ୟା କଲେଣି 125 ପାକିସ୍ତାନୀ ମହିଳା
13 ମାସରେ ଆତ୍ମହତ୍ୟା କଲେଣି 125 ପାକିସ୍ତାନୀ ମହିଳା

By

Published : Feb 14, 2021, 10:39 PM IST

ଇସାଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅବସ୍ଥିତ ତାରପାର୍କ ଜିଲ୍ଲାରେ ଅତି କମରେ 125 ଜଣ ମହିଳା ଆତ୍ମହତ୍ୟା କରିଥିବା ତଥ୍ୟ ସାମ୍ନାକୁ ଆସିଛି । ମୁଖ୍ୟତଃ ଦାରିଦ୍ର୍ୟ ତଥା ସାମାଜିକ ଅସମାନତା କାରଣରୁ ଏପରି ସମସ୍ୟା ଦେଖା ଦେଇଥିବା ଜଣାପଡିଛି ।

ଉକ୍ତ ପ୍ରସଙ୍ଗରେ ଆୟୋଜିତ କର୍ମଶାଳାରେ ଏହି ଆକଳନ ସାମ୍ନାକୁ ଆସିଛି ଯେଉଁଠାରେ ମନସ୍ତତ୍ବବିତ, ସିଭିଲ୍ ସୋସାଇଟି ଏବଂ ବେସରକାରୀ ସଂଗଠନ ମାନେ ଭାଗ ନେଇଥିଲେ । ଏହି ଅଞ୍ଚଳରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଥିବା ମହିଳାଙ୍କ ସଂଖ୍ୟା ବଢିବାର କାରଣ ଏବଂ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କର୍ମଶାଳାରେ ଜଣେ ଅଂଶଗ୍ରହଣକାରୀ ପ୍ରକାଶ କରିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ 100 ରୁ ଅଧିକ ମହିଳା ଆତ୍ମହତ୍ୟା କରିଥିବା ତଥ୍ୟ ସାମ୍ନାକୁ ଆସିଛି ।

ଉକ୍ତ ଅଞ୍ଚଳରେ ବିଶେଷକରି ମହିଳା ଏବଂ ଶିଶୁମାନେ ବିଭିନ୍ନ ରୋଗରେ ପ୍ରାଣ ହରାଉଥିବା ବେଳେ ଅନ୍ୟପଟେ ଦାରିଦ୍ର ତଥା ରୀତିନୀତି ମଧ୍ୟ ଯୁବତୀମାନଙ୍କୁ ନିଜ ଜୀବନ ନେବାକୁ ବାଧ୍ୟ କରୁଛନ୍ତି ବୋଲି ଆଲୋଚନା କରାଯାଇଥିଲା। ସିନ୍ଧର ତାରପାର୍କ ଜିଲ୍ଲା ପାକିସ୍ତାନର ବୃହତ୍ତମ ହିନ୍ଦୁ ଜନସଂଖ୍ୟା ମଧ୍ୟ ଅଟେ |କିନ୍ତୁ ଏହା ମଧ୍ୟ ପ୍ରଦେଶର ସମସ୍ତ ଜିଲ୍ଲାର ମାନବ ବିକାଶ ସୂଚକାଙ୍କ ସର୍ବନିମ୍ନ ବୋଲି ରେକର୍ଡ କରାଯାଇଛି। ଜାତିସଂଘର ଆକଳନ ଅନୁଯାୟୀ, ଏହି ଜିଲ୍ଲାର 87 ପ୍ରତିଶତ ଲୋକ ଦାରିଦ୍ର୍ୟ ତଳେ ବାସ କରନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details