ଓଡିଶା

odisha

ETV Bharat / bharat

ବାଘା ବର୍ଡର ଦେଇ ପାକସ୍ତାନ ଫେରିଲେ 125, ଲକଡାଉନ ଯୋଗୁଁ ଭାରତରେ ଫସିଥିଲେ - ପାକିସ୍ତାନ

ଅଟ୍ଟାରୀ ବାଘା ବର୍ଡର ଦେଇ 125 ଜଣ ପାକିସ୍ତାନ ନାଗରିକ ଆଜି ପାକିସ୍ତାନ ଫେରିଛନ୍ତି। ଲକଡାଉନ ଯୋଗୁଁ 8 ମାସ ହେଲା ଭାରତରେ ରହିଥିଲେ ସମସ୍ତ ପାକିସ୍ତାନ ନାଗରିକ। ଅଧିକ ପଢ଼ନ୍ତୁ...

ବାଘା ବୋର୍ଡର ଦେଇ 125 ଜଣ ପାକସ୍ତାନ ଫେରିଲେ, ଲକଡାଉନ ଯୋଗୁଁ ଭାରତରେ ଫସି ରହିଥିଲେ
ବାଘା ବୋର୍ଡର ଦେଇ 125 ଜଣ ପାକସ୍ତାନ ଫେରିଲେ, ଲକଡାଉନ ଯୋଗୁଁ ଭାରତରେ ଫସି ରହିଥିଲେ

By

Published : Nov 4, 2020, 5:43 PM IST

ଅମୃତଶର: ଆଜି(ବୁଧବାର) ପଞ୍ଜାବର ଅଟ୍ଟାରୀ ବାଘା ବର୍ଡର ଦେଇ 125 ଜଣ ପାକିସ୍ତାନ ନାଗରିକ ପାକିସ୍ତାନ ଫେରିଛନ୍ତି। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସରେ ସାରା ଭାରତରେ ଲକଡାଉନ ଘୋଷଣା ହୋଇଥିଲା। ଏଥିପାଇଁ ପୂରା ଦେଶରେ ସମସ୍ତ ପ୍ରକାରର ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଫଳରେ ସେହି ସମୟରେ ପାକିସ୍ତାନରୁ ଭାରତ ଆସିଥିବା ପର୍ଯ୍ୟଟକମାନେ ଏଠାରେ ଫସି ରହିଯାଇଥିଲେ।

ବାଘା ବୋର୍ଡର ଦେଇ 125 ଜଣ ପାକସ୍ତାନ ଫେରିଲେ, ଲକଡାଉନ ଯୋଗୁଁ ଭାରତରେ ଫସି ରହିଥିଲେ

ଏହାସହ ଆଜି 150 ଜଣ ପାକିସ୍ତାନ ଛାତ୍ରଛାତ୍ରୀ ମଧ୍ୟ ନିଜ ଦେଶକୁ ଫେରିବା ବାଟକୁ ଚାହିଁ ରହିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଜମ୍ମୁ ଓ କାଶ୍ମୀରରେ ପାଠ ପଢ଼ୁଥିବା ନେଇ ସୂଚନା ମିଳିଛି। ପାକିସ୍ତାନ ଫେରିବା ପାଇଁ ଏହି ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିନଥିବା ସୂଚନା ମିଳିଛି। ତେବେ ଅନୁମତି ମିଳିବା ଏହି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପାକିସ୍ତାନକୁ ପଠାଇ ଦିଆଯିବ ବୋଲି ବାଘା ବର୍ଡରରେ ଥିବା ପ୍ରୋଟୋକଲ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଫେରିଥିବା ସମସ୍ତ ପାକିସ୍ତାନ ନାଗରିକଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ସୁରକ୍ଷିତ ଭାବେ ଅଣା ଯାଇଥିଲା। ଦୁଇ ଦିନ ପୂର୍ବରୁ ଏହି ନାଗରିକମାନଙ୍କ ପଞ୍ଜିକରଣ କରାଯାଇଥିଲା। ଅଟ୍ଟାରୀ ବାଘା ବର୍ଡରରେ ପହଞ୍ଚିବା ପରେ ସେମାନଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା ଏହାପରେ ସେମାନଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦିଆଯାଇଛି। ଲକଡାଉନ ଯୋଗୁଁ 8 ମାସ ହେଲା ଭାରତରେ ରହିଥିଲେ ସମସ୍ତ ପାକିସ୍ତାନ ନାଗରିକ। ତେବେ ଏହି ସମୟରେ ତାଙ୍କୁ କୌଣସି ଅସୁବିଧା ହୋଇନଥିବା କଥା କହିଛନ୍ତି ପାକିସ୍ତାନ ନାଗରିକ।

ଏହାସହ ୟୁଏନ ମୁଖ୍ୟ ମେଜର ଜୋସେଫ ପାକିସ୍ତାନ ଯାଇ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଆଲୋଚନା କରିବେ। ଏଥିପାଇଁ ସେ ବାଘା ବୋର୍ଡର ଦେଇ ପାକିସ୍ତାନ ଗସ୍ତ କରିଛନ୍ତି। ୟୁଏନ ମୁଖ୍ୟଙ୍କ ସହ ଏକ 6 ଜଣିଆ ଦଳ ମଧ୍ୟ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details