ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ମିଠାଖାଇ ଶତାଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି - ମହାତ୍ମାଗାନ୍ଧି ହସ୍ପିଟାଲ

ରାଜସ୍ଥାନ ବାନସ୍ୱରା ଜିଲ୍ଲାରେ ଅଭାବନୀୟ ଘଟଣା। ବିଷାକ୍ତ ମିଠାଖାଇ 125 ଜଣ ଅସୁସ୍ଥ । ସମସ୍ତଙ୍କୁ ଉଦ୍ଧାର କରାଯାଇ ମହାତ୍ମାଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ମିଠାଖାଇ ରାଜସ୍ଥାନରେ 125 ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ମିଠାଖାଇ ରାଜସ୍ଥାନରେ 125 ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

By

Published : Sep 18, 2022, 3:40 PM IST

ଜୟପୁର:ରାଜସ୍ଥାନରେ ଅଘଟଣ। ବିଷାକ୍ତ ମିଠା ଖାଇ 125 ଜଣ ଅସୁସ୍ଥ(125 fall ill due to food poisoning)। ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ରାଜସ୍ଥାନର ବାନସ୍ୱରା ଜିଲ୍ଲାର ନାଭାଗୋନ ଗ୍ରାମ ପଞ୍ଚାୟତର ପାନିଆଲା ଗ୍ରାମରେ ଏହି ଅଘଟଣ ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ବେଳେ ଖାଦ୍ୟ ବିଷାକ୍ତ ହେବାର କାରଣ ସ୍ପଷ୍ଟ ହୋଇନାହିଁ । ଖବରପାଇ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ଶର୍ମା, ଏସପି ରାଜେଶ କୁମାର ମୀନା ଏବଂ ଜିଲ୍ଲା ମୁଖ୍ୟ କାଶ ବାମାନିଆ ପାନିଆଲା ଗ୍ରାମକୁ(Paniala Village Banswara) ଯାଇ ସ୍ଥିତି ପରଖିବା ସହ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Haridwar Food Poison: ୧୨୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଏନେଇ ବାନସ୍ୱରା ଜିଲ୍ଲାପାଳ କହିଛନ୍ତି ଯେ, "200 ଲୋକଙ୍କୁ ନେଇ ଏକ ସାମାଜିକ ସମାବେଶ ଆୟୋଜିତ ହୋଇଥିଲା । ଏହି ସାମାଜିକ ସମାବେଶରେ ମିଠା ଖାଇବା ପରେ ଲୋକେ ଅସୁସ୍ଥ ହୋଇପଡିଥିଲେ(After having sweets at a social gathering)। ଶନିବାର ସନ୍ଧ୍ୟା 7ଟାରେ ଏହି ଅଘଟଣ ଘଟିଥିବାବେଳେ, ରାତି 11ଟା ସୁଦ୍ଧା 125 ଜଣଙ୍କୁ ମହାତ୍ମାଗାନ୍ଧି ଡାକ୍ତରଖାନାରେ(Mahatma Gandhi Hospital ) ଭର୍ତ୍ତି କରାଯାଇଛି। 125 ଜଣ ଶିଶୁ ବାନ୍ତି ଏବଂ ଡାଇରିଆରେ ପିଡିତ ହୋଇଥିଲେ ।"

ରୋଗୀଙ୍କୁ ଭେଟିବା ଲାଗି ନେତା, ମନ୍ତ୍ରୀ ଓ ସନ୍ଥଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥିଲା।ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବାବେଳେ କୌଣସି କାରଣରୁ ଫୁଡ ପଏଜନିଂ(Food poisoning in banswada) ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଗତ ଏପ୍ରିଲ 3 ତାରିଖ ଦିନ ଗହମରୁ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ହରିଦ୍ୱାରରେ ଅନେକ ଲୋକେ ଅସୁସ୍ଥ ହୋଇପଡିଥିଲେ । 122 ଜଣ ଅସୁସ୍ଥ ହୋଇଥିଲେ । ଏହାକୁ ନେଇ ରାଜନୈତିକ ବୟାନ ବାଜି ଓ ବିବାଦ ମଧ୍ୟ ଆରମ୍ଭ ହୋଇଥିଲା ।

ହରିଦ୍ୱାରରେ ହୋଇଥିବା ଏହି ମାମଲାରେ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଦାବି ଜୋର ଧରିଥିଲା । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଧନ ସିଂ ରାୱତ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ୍‌ ଏବଂ ହରିଦ୍ୱାରର ସାଧୁମାନେ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେହିପରି ଗତ ମେ 30 ତାରିଖ ଦିନ ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରେ ଗୁପଚୁପ ଖାଇ ୯୭ଜଣ ଅସୁସ୍ଥ ହୋଇଥିଲେ। ମଣ୍ଡଳ ଜିଲ୍ଲାର ସିଙ୍ଗରପୁର ଗ୍ରାମରେ ଆୟୋଜିତ ଏକ ମେଳାରେ ଅନେକ ଲୋକ ସାମିଲ ହୋଇଥିଲେ । ସେଠାରେ ଥିବା ଏକ ଗୁପଚୁପ ଦୋକାନରୁ ସମସ୍ତେ ଗୁପଚୁପ ଖାଇବା ପରେ ବିଳମ୍ବିତ ରାତିରେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ପରେ ଏକା ସାଙ୍ଗରେ ପ୍ରାୟ ୯୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ABOUT THE AUTHOR

...view details