ଇସଲାମାବାଦ: ପାକିସ୍ତାନ ସଂସଦ (Pakistan National Assembly)ଆଜି 123 ଜଣ PTI ସଂସଦଙ୍କ ଇସ୍ତଫା ଗ୍ରହଣ କରିଛି । ଉପବାଚସ୍ପତି କ୍ବାସିମ ସୁରି ସାଂସଦଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଅନାସ୍ଥାରେ କ୍ଷମତା ହରାଇବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନ ଦଳ ଏହାକୁ ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲା ।
ମିଳିତ ବିରୋଧୀଙ୍କ ପକ୍ଷରୁ ଆଗତରେ ଅନାସ୍ଥାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରି ପାରି କ୍ଷମତାଚ୍ୟୁତ ହୋଇଥିଲା ଇମ୍ରାନ ସରକାର । ଏହାକୁ ବିଦେଶୀ ଷଡଯନ୍ତ୍ର ଦର୍ଶାଇଥିଲେ ଇମ୍ରାନ । ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ । ସବୁପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ପୁନଃ ଭୋଟିଂ ପାଇଁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେବା ପରେ ଗୃହରେ ଭୋଟିଂରେ ଇମ୍ରାନ ସରକାରଙ୍କ ପତନ ଘଟିଥିଲା ।