ଓଡିଶା

odisha

ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ, ମୃତ ଶିଶୁ ସହ 120 KM ଯାତ୍ରା କଲେ ପିତାମାତା - କିଙ୍ଗ ଜର୍ଜ ହସ୍ପିଟାଲ

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ KGH ହସ୍ପିଟାଲ ବିରୋଧରେ ଅଭିଯୋଗ । ଆମ୍ବୁଲାନ୍ସ ନ ଯୋଗାଇବାରୁ ମୃତ ଶିଶୁକୁ ଧରି ୧୨୦କିମି ପିତାମାତା ଯାତ୍ରା କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Journey with dead body
Journey with dead body

By

Published : Feb 17, 2023, 8:00 PM IST

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ରାଜଧାନୀ ବିଶାଖାପାଟନମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ନ ମିଳିବାରୁ ମୃତ ଶିଶୁକୁ ନେଇ ସ୍କୁଟିରେ ୧୨୦ କିଲୋମିଟର ଯାତ୍ରା କରିଛନ୍ତି ପିତାମାତା । ଆମ୍ବୁଲାନ୍ସ ପାଇଁ ପିତାମାତା ଯେତେ ଗୁହାରି କରିବା ପରେ ମଧ୍ୟ କିଙ୍ଗ ଜର୍ଜ ହସ୍ପିଟାଲର କର୍ମୀମାନେ କୌଣସି ସହଯୋଗ ନ କରିବା ପରେ ଏପରି ଅବସ୍ଥାରେ ଦମ୍ପତି ଶିଶୁର ମୃତଦେହକୁ ଆଣିଥିବା କହିଛନ୍ତି ।

ଅଲ୍ଲୁରି ଜିଲ୍ଲାର କୁମଦାର ଜଣେ ମହିଳା ଗତ ୨ ତାରିଖରେ ପାଦେରୁ ହସ୍ପିଟାଲରେ ଶିଶୁକୁ ଜନ୍ମ ଦେଇଥିଲେ । ନବଜାତଟି ଶ୍ବାସକ୍ରିୟା ଜନିତ ରୋଗରେ ପୀଡ଼ିତ ରହିଥିବା ଡାକ୍ତର କହିଥିଲେ । ଏଥିଲାଗି ତାକୁ ଶ୍ବାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ ହେଉଥିଲା । ଏହାପରେ ସେ ବିଶାଖାପାଟନମ ସ୍ଥିତ କିଙ୍ଗ ଜର୍ଜ ହସ୍ପିଟାଲ (KGH)କୁ ରେଫର କରିଥିଲେ । ଏହାପରେ ଶିଶୁକୁ କେଜିଏଚ ହସ୍ପିଟାଲକୁ ଅଣାଯାଇଥିଲା । ମାତ୍ର ଚିକିତ୍ସିତ ଅବସ୍ଥାରେ ଗୁରୁବାର ସକାଳ ପ୍ରାୟ ୭ଟା ୧୫ରେ ଶିଶୁର ମୃତ୍ୟୁ ଘଟିଥିଲା । ଏହାପରେ ଶିଶୁର ମୃତଦେହକୁ ନିଜ ଘରକୁ ଆଣିବା ଲାଗି କେଜିଏଚ ହସ୍ପିଟାଲର ITDA ସେଲକୁ ପିତାମାତା ଯୋଗାଯୋଗ କରିଥିଲେ ।

ଏହା ବି ପଢନ୍ତୁ-ମା’ ଗଳା କାଟିଦେଲା ପୁଅ, ପଢ଼ିବା ବେଳେ ଫୋନ ଦେଖିବାକୁ କରିଥିଲେ ମନା

ମାତ୍ର ଦମ୍ପତିଙ୍କ ଅଭିଯୋଗ ଅନୁସାରେ ହସ୍ପିଟାଲର କର୍ମଚାରୀମାନେ କୌଣସି ସହଯୋଗ କରିନଥିଲେ । ଏହାସହିତ ହସ୍ପିଟାଲରେ ଆମ୍ବୁଲାନ୍ସ ନଥିବା କହିଥିଲେ । ଏହାପରେ ମୃତ ନବଜାତର ପିତାମାତା ପ୍ରାୟ ୨ଘଣ୍ଟା ଅପେକ୍ଷା କରିଥିଲେ । ମାତ୍ର ଆମ୍ବୁଲାନ୍ସ ନ ମିଳିବା ପରେ ସେମାନେ ସ୍କୁଟି ଯୋଗେ ନିଜ ଗାଁକୁ ଫେରିଥିବା ଜଣାପଡ଼ିଛି । ଅନ୍ୟପଟେ କେଜିଏଚ କର୍ମୀଙ୍କ ଅବହେଳା ଯୋଗୁଁ ସେମାନେ ନିଜ ଶିଶୁକୁ ହରାଇଥିବା ଦମ୍ପତି ଅଭିଯୋଗ କରିଛନ୍ତି । ସଠିକ ଭାବେ ଚିକିତ୍ସିତ ନ ହେବାରୁ ତାଙ୍କ ଶିଶୁର ମୃତ୍ୟୁ ଘଟିଥିବା ସେମାନେ କହିଛନ୍ତି ।

ସେପଟେ ଆମ୍ବୁଲାନ୍ସ ନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କେଜିଏଚର ସୁପରିଟେଣ୍ଡେଣ୍ଟ ଡକ୍ଟର ଅଶୋକ । ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଶିଶୁଟି ସକାଳ ୭.୫୦ରେ ମୃତ୍ୟୁବରଣ କରିଥିବା ବେଳେ ହସ୍ପିଟାଲ ପକ୍ଷରୁ ୯.୧୫ରେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏହି ଦମ୍ପତି ୮.୫୭ରେ ହସ୍ପିଟାଲରୁ ସ୍କୁଟି ଯୋଗ ଚାଲିଯାଇଥିଲେ । ପେଦାରୁରେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ଲାଗି ଆମେ ITDAକୁ କହିଥିଲୁ । ଏହାସହ ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ABOUT THE AUTHOR

...view details