ଓଡିଶା

odisha

By

Published : Feb 12, 2023, 11:21 AM IST

ETV Bharat / bharat

ଭାଇର ବରଯାତ୍ରୀରେ 12 ବର୍ଷୀୟା ଭଉଣୀକୁ ଦୁଷ୍କର୍ମ

ମାଉସୀ ପୁଅ ଭାଇର ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ବେଳେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ
ଉତ୍ତରପ୍ରଦେଶରେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ

ଲକ୍ଷ୍ନୌ:ସମ୍ପର୍କୀୟ ଭାଇର ବିବାହରେ ସାମିଲ ହେବାକୁ ଆସିଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ । ଉତ୍ତରପ୍ରଦେଶ ଅଲୀଗଡ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକା ନିଜ ମାଉସୀ ପୁଅ ବାହାଘରରେ ବରଯାତ୍ରୀ ହୋଇ ଆସିଥିଲେ । ବିବାହ ମଣ୍ଡପରେ ପହଞ୍ଚିବା ପରେ ଗହଳିଚହଳି ମଧ୍ୟରେ କେହି ଅଜଣା ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏନେଇ ଗତକାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏଯାଏଁ ଅଭିଯୁକ୍ତର ପରିଚୟ ମିଳିପାରିନି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଲୀଗଡ ଫିରୋଜାବାଦରେ ରହୁଥିବା ୧୨ ବର୍ଷୀୟା ନାବାଳିକାଙ୍କ ସମ୍ପର୍କୀୟ ଭାଇ ବିବାହ କରୁଥିଲେ । ଏଥିପାଇଁ ନାବାଳିକା ନିଜ ପରିବାର ବରଯାତ୍ରୀ ଭାବେ ବିବାହ ମଣ୍ଡପରେ ପହଞ୍ଚି ଥିଲେ । ଏହି ସମୟରେ ମଣ୍ଡପରେ କେହି ଅଜଣା ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲା । ପୀଡିତାଙ୍କୁ ସ୍ବାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ସହ କେହି ଦୁଷ୍କର୍ମ କରିଥିବା ଡାକ୍ତର ଜଣାଇଥିଲେ । ପିଲାଟିକୁ ପଚାଉଚରା କରିବା ପରେ ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।

ଏନେଇ ପୋଲିସ ମାମଲା ରୁଜୁ କରିବା ସହ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି ଏବଂ ବିବାହ ମଣ୍ଡପକୁ ଯାଇ ପ୍ରମାଣ ସଂଗ୍ରହ କରିଛି । ଏହାସହିତ ଅଭିଯୁକ୍ତକୁ ଧରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଏସଏଚଓ ବିଜୟକାନ୍ତ ଶର୍ମା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Delhi liquor scam: ୧୦ ଦିନିଆ ଇଡି ହେପାଜତକୁ ଗଲେ ଆନ୍ଧ୍ର ସାଂସଦଙ୍କ ପୁଅ

ଗତ ଶୁକ୍ରବାର ଦିନ ପୀଡିତାଙ୍କ ମାଉସୀ ପୁଅ ଭାଇର ବିବାହ ଥିଲା । ଏଥିପାଇଁ ସେ ନିଜ ପରିବାର ସହ ବିଳମ୍ବିତ ରାତିରେ ବରଯାତ୍ରୀ ହୋଇ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ତାଙ୍କ ସହ କେହି ଦୁଷ୍କର୍ମ କରିବା ପରେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ କାହା ସହ କଥାବର୍ତ୍ତା ନକରି ପୁରା ଚୁପଚାପ୍ ରହିଥିଲେ । ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେବାପରେ ସବୁ କଥା ଜଣାପଡିଥିଲା ।

ABOUT THE AUTHOR

...view details