ରାୟପୁର: ଏକ ଖୋଲା ବୋରୱେଲ୍କୁ ଖସି ପଡ଼ିଲା ୧୨ ବର୍ଷର ବାଳକ । ଛତିଶଗଡ଼ ଜାଞ୍ଜଗିରି ଚମ୍ପା ଜିଲ୍ଲା ମାଲଖରୌଦା ଥାନା ପିହିଦ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିଛି । ଶୁକ୍ରବାର ଦିନ ୩ଟା ବେଳ ପିଲାଟି ନିଜ ସାଙ୍ଗମାନଙ୍କ ସହ ଖେଳିବାକୁ ଘର ପଛପଟକୁ ଚାଲି ଯାଇଥିଲା । ଏହି ସମୟରେ ଗୋଡ଼ ଖସିଯିବାରୁ ପିଲାଟୁ ବୋରୱେଲ ଭିତରକୁ ଖସି ପଡ଼ିଛି ।
ବୋରୱେଲରେ ଖସି ପଡିଲା ୧୨ ବର୍ଷର ବାଳକ, ଉଦ୍ଧାର କାର୍ଯ୍ୟ ଜାରି - ବୋରୱେଲକୁ ଖସି ପଡ଼ିଲା ୧୨ ବର୍ଷର ବାଳକ
ଖୋଲା ବୋରୱେଲ୍କୁ ଖସି ପଡ଼ିଲା ୧୨ ବର୍ଷର ବାଳକ । ଛତିଶଗଡ଼ ମାଲଖରୌଦା ପିହିଦ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିଛି । ଅଧିକ ପଢ଼ନ୍ତୁ

ପିଲାଟିର ନାମ ରାହୁଲ ସାହୁ ବୋଲି ଜଣାପଡ଼ିଛି । ରାହୁଲ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ବୋରୱେଲ ନିକଟରେ ରାହୁଲ କାନ୍ଦ ଶୁଣି ସେ ତାହାରି ଭିତରେ ପଡ଼ି ଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ସୂଚନା ପାଇ ପ୍ରଶାସ ପକ୍ଷରୁ ପିଲାଟିକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ରାହୁଲ ଖସି ପଡ଼଼ିଥିବା ବୋରୱେଲର ୫୦ରୁ ୮୦ ଫୁଟ ଗଭୀର ହେବ ବୋଲି ଅନୁମାନ କରାଯାଉଛି । ଖୋଳାଯାଇଥିବା ବୋରୱେଲ ପାର୍ଶ୍ବରେ ଜେସିବି ସାହାଯ୍ୟରେ ଖୋଳାଯାଇ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍ପି ଓ ଅନ୍ୟ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।