ଚେନ୍ନାଇ: ଭାରତୀୟ ମତ୍ସ୍ୟବୀଜୀଙ୍କୁ ଗିରଫ କଲା ମାଳଦ୍ବୀପ ତଟରକ୍ଷୀ ବାହିନୀ । ଗତ 23 ତାରିଖରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏନେଇ ସେମାନେ ନିଜ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିବା ଜଣାପଡିଛି । ସୂଚନା ଅନୁସାରେ, ତାମିଲନାଡୁର ଦକ୍ଷିଣ ଥୋଥୁକୁଡି ଜିଲ୍ଲାର ଥାରୁଭାଇକୁଲମରୁ ଆସିଥିବା ମତ୍ସ୍ୟଜୀବୀମାନେ ଦକ୍ଷିଣ ଆରବ ସାଗରରେ ମାଛ ଧରୁଥିଲେ । ଗତ 20 ତାରିଖରେ ସେମାନେ ଏକ ଘୂର୍ଣ୍ଣିବଳୟ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ନିରାପତ୍ତା ପାଇଁ ଥିନାଡୁ ଦ୍ବୀପ ନିକଟ ମାଳଦ୍ବୀପ ସାମୁଦ୍ରିକ ଅଞ୍ଚଳକୁ ଆଶ୍ରୟ ନେବାକୁ ଯାଇ ଫସିଯାଇଛନ୍ତି । ସେହି ସମୟରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କର ଡଙ୍ଗା ମଧ୍ୟ ଜବତ କରାଯାଇଛି । ଜବତ ହୋଇଥିବା ଏହି ବୋଟ୍ ମାଇକେଲ ପାକିଅରାଜଙ୍କ ମାଲିକାନାରେ ଥିବା ଜଣାପଡିଛି । ଗିରଫ ହୋଇଥିବା ମତ୍ସଜୀବୀମାନେ ହେଲେ ଉଦୟକୁମାର, ମାଇକେଲରାଜ, ସେଲଭାସେକରନ,ଆଦିନାରାୟଣନ, ମହେଶ କୁମାର, ମଦେଶ କୁମାର, ମନି, ଶକ୍ତି । ମାଲଦ୍ବୀପର ନୂତନ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ମହମ୍ମଦ ମୁଇସୁ । ସେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଭାରତ ପ୍ରତି ମାଳଦ୍ବୀପ କଠୋର କାର୍ଯ୍ୟକଳାପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ପରେ ଏହି ଘଟଣା ଚିନ୍ତାର କାରଣ ପାଲଟିଛି ।
ଏହା ବି ପଢନ୍ତୁ...ପାରାଦ୍ୱୀପ ଡଙ୍ଗା ବୁଡ଼ି ଘଟଣା, ଦୁଇଦିନ ପରେ ବି ୩ ନିଖୋଜଙ୍କ ମିଳୁନି ପତ୍ତା