ଭୋପାଳ: ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବେ 12 ଚିତା । ଆସନ୍ତା ଶନିବାର ମଧ୍ୟାହ୍ନ 12ଟା ସମୟରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ 12 ଚିତା ପହଞ୍ଚିବେ । ଏହିପରି ଭାବେ ଦକ୍ଷିଣ ଆଫ୍ରିକାରୁ 100ରୁ ଅଧିକ ଚିତାବାଘ ଭାରତ ଅଣାଯିବ । ଗତ ବର୍ଷ ସେପ୍ଚେମ୍ବରରେ ନାମିବ୍ୟାକୁ 8ଟି ଚିତା ଭାରତକୁ ଅଣାଯାଇଥିଲା । ଭାରତ ଚିତା ପ୍ରକଳ୍ପର ବନ୍ୟଜନ୍ତୁ ବିଶେଷଜ୍ଞ ସୋମବାର ଏନେଇ ସୂଚନା ଦେଇଛନ୍ତି ।
ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସୁଥିବା 12 ଚିତାଙ୍କ ମଧ୍ୟରେ 7 ଜଣ ଅଣ୍ଡିରା ଓ 5 ମାଇ ଚିତା ରହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ସ୍ଥିତ ତାମ୍ବୋ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବିମାନ ଯୋଗେ ଚିତା ଭାରତ ଆସିବା ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 12 ଚିତା ମଧ୍ୟପ୍ରଦେଶର ଗ୍ବାଲିୟର ଏୟାର ଫୋର୍ସ ବେସରେ ପହଞ୍ଚିବ । ଏହାର ଅଧଘଣ୍ଟା ପରେ ସେମାନଙ୍କୁ IAF ହେଲିକପ୍ଟର ଯୋଗେ 165 କିଲୋମିଟର ଦୂରତାରେ ଅବସ୍ଥିତ ଶୋପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ । ଏହାପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ