ନୂଆଦିଲ୍ଲୀ:ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ନିଲମ୍ବିତ ହୋଇଛନ୍ତି ୧୨ ରାଜ୍ୟସଭା ସାଂସଦ (12 Rajya Sabha MPs suspended for rest of winter session) ।
କଂଗ୍ରେସ, ଟିଏମସି ଓ ଶିବସେନାର ମୋଟ ୧୨ ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ସଦସ୍ୟମାନେ ଚଳିତ ଶୀତ ଅଧିବେଶନ (winter session)ର କୌଣସି କାର୍ଯ୍ୟଦିବସରେ ଅଂଶ ଗ୍ରହଣ କରିପାରିବେ ନାହିଁ ।
ନିଲମ୍ବିତ ସାସଂଦ ତାଲିକାରେ, ୬ ଜଣ କଂଗ୍ରେସ ସାଂସଦ, ଶିବସେନା ଏବଂ TMCରୁ ୨ ଜଣ ଲେଖାଏଁ ଥିବାବେଳେ ଏବଂ CPM ଏବଂ CPIରୁ ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି । ନିଲମ୍ବିତ କଂଗ୍ରେସ ସାଂସଦମାନେ ହେଉଛନ୍ତି ଫୁଲ ଦେବୀ ନେତମ, ଛାୟା ବର୍ମା, ରିପୁନ ବୋରା, ରାଜାମଣି ପଟେଲ, ସୟଦ ହୁସେନ୍ ଏବଂ ଅଖିଳେଶ ସିଂ । ସେହିପରି ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅନିଲ ଦେଶାଇ ଏବଂ TMC ର ଡୋଲା ସେନ୍, ଶାନ୍ତା ଛତ୍ରୀ ନିଲମ୍ବନ ତାଲିକାରେ ରହିଛନ୍ତି ।
ସିପିଏମ(CPM) ସାଂସଦ ଏଲାରାମ କରିମ ଏବଂCPIରୁ ବିନୟ ବିଶ୍ୱାମଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଏହି ନିଲମ୍ବିତ ସଦସ୍ୟମାନେ ଚଳିତ ଅଧିବେଶନରେ ଭାଗ ନେଇପାରିବେ ନାହିଁ । ଗତ ଅଧିବେଶନରେ ଏମାନେ ଗୃହରେ ହଟ୍ଟଗୋଳ କରିବା ସହ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହକୁ ମୁଲତବୀ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ।