ଓଡିଶା

odisha

ETV Bharat / bharat

Gujarat Morbi Bridge Collapse: ଝୁଲା ପୋଲ ଦୁର୍ଘଟଣା, BJP ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ - ଝୁଲା ପୋଲ ଦୁର୍ଘଟଣା ସାଂସଦଙ୍କ ସମ୍ପର୍କୀୟ ମୃତ

ମୋର୍ବି ଝୁଲା ପୋଲ ଦୁର୍ଘଟଣା । BJP ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ । ଗୁଜୁରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ସମଗ୍ର ଦେଶବାସୀ ମର୍ମାହତ । ଏହି ହୃଦୟବିଦାରକ ଦୁର୍ଘଟଣାରେ ରାଜକୋଟ ବିଜେପି ସାଂସଦ ମୋହନ ଭାଇ କୁନ୍ଦରିଆଙ୍କ ୧୨ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

morbi bridge collapse
ମୋର୍ବି ଝୁଲା ପୋଲ ଦୁର୍ଘଟଣା, BJP ସାଂସଦଙ୍କ 12 ସମ୍ପର୍କୀୟ ମୃତ

By

Published : Oct 31, 2022, 3:31 PM IST

Updated : Oct 31, 2022, 7:50 PM IST

ଗାନ୍ଧୀନଗର: ସମସ୍ତଙ୍କୁ ସ୍ତବ୍ଧ କରିଛି ଗୁଜୁରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣା । ସମୟ ଗଡୁଛି ମୃତକଙ୍କ ସଂଖ୍ୟା ବଢୁଛି । ଏବେ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ବିଜେପି ସାଂସଦଙ୍କ ସମ୍ପର୍କୀୟ ଥିବା ଜଣାପଡିଛି । ଏହି ହୃଦୟବିଦାରକ ଦୁର୍ଘଟଣାରେ ରାଜକୋଟ ବିଜେପି ସାଂସଦ ମୋହନ ଭାଇ କୁନ୍ଦରିଆଙ୍କ ୧୨ ଜଣ ସମ୍ପର୍କୀୟଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ଜଣ ପିଲା ଥିବା ଜଣାପଡିଛି ।

ସାଂସଦଙ୍କ ମୋହନ ଭାଇ କୁନ୍ଦରିଆଙ୍କ କହିବା ମୁତାବକ, ''ଏହି ଦୁର୍ଘଟଣାରେ ତାଙ୍କ ଭିଣୋଇଙ୍କ ଭାଇଙ୍କ ୪ ଝିଅ, ୩ ଜ୍ବାଇଁ ଓ ୫ ଜଣ ପିଲାଙ୍କୁ ହରାଇଛନ୍ତି । ଏହା ବେଶ୍ ଯନ୍ତ୍ରଣାଦାୟକ ବୋଲି ସାଂସଦ କହିଛନ୍ତି । ଆବଶ୍ୟକଠୁ ପୋଲରେ ଅଧିକ ଲୋକ ଯିବାରୁ ଏହି ଅଘଟଣ ଘଟିଛି । ଏହି ଅଘଟଣରେ ମୁଁ ମର୍ମାହତ ।''

ଏହା ମଧ୍ୟ ପଢନ୍ତୁ:Morbi Cable Bridge Collapse: ମୃତ୍ୟୁ ସଂଖ୍ୟା 134କୁ ବୃଦ୍ଧି

ଝୁଲା ପୋଲଟିର ମରାମତି ହେବାର ମାତ୍ର ୪ରୁ ୫ ଦିନ ଭିତରେ ଖୋଲିବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏହାକୁ ନେଇ ପ୍ରଶାସନ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ବ୍ରିଜର ଫିଟ୍‌ନେସ୍ ସାର୍ଟିଫିକେଟ୍ ମଧ୍ୟ ନଥିବା ଜଣାପଡିଛି । କମ୍ପାନୀ ନାଁରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଏକ ଘରୋଇ କମ୍ପାନୀ ଓରେବା ଦ୍ୱାରା ନିର୍ମିତ ଏହି ପୋଲକୁ ଫିଟ୍‌ନେସ ସାର୍ଟିଫିକେଟ୍ ମିଳିନଥିଲା । ୭ ମାସ ଧରି ପୋଲର ମରାମତି ଚାଲିଥିଲା । ହେଲେ ଛଟ୍ ପୂଜା ପାଇଁ ଗତ ୪ ଦିନ ତଳେ ତରବରିଆ ଭାବେ ପୋଲଟିକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା । ଆବଶ୍ୟକଠୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ । ନା ପ୍ରଶାସନର କଟକଣା ଥିଲା ନା କେହି କିଛି କହୁଥିଲେ ।

ଦୁର୍ଘଟଣାରେ ଏବେ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଛି । ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ଅନେକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଭଳି ଛାତି ଥରା ଦୁର୍ଘଟଣା କେହି କେବେ ଦେଖିନଥିଲେ । ସେଠି ଥିବା ଜଣେ ଚା' ଦୋକାନୀ କହିଛନ୍ତି ମୁଁ ଏପରି ଦୁର୍ଘଟଣା କେବେ ଦେଖିନାହିଁ । ଶଦ୍ଦରେ ଏହାକୁ ବର୍ଣ୍ଣନା କରି ହେବ ନାହିଁ । ଜଣେ ୮ମାସର ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ସମାନ୍ୟ ସଚେତନତା ଅଭାବ ଓ ଅବହେଳା ପାଇଁ ନିମିଷକରେ ସବୁ କିଛି ଛାରଖାର ହୋଇଛି । ଲିଭି ଯାଇଛି ଶହ ଶହ ଜୀବନ ଦୀପ ।

Last Updated : Oct 31, 2022, 7:50 PM IST

ABOUT THE AUTHOR

...view details