ଓଡିଶା

odisha

ETV Bharat / bharat

ଦାନ୍ତେଓ୍ବାଡାରେ 16 ମାଓବାଦୀଙ୍କ ଆତ୍ମସମର୍ପଣ - 12 Maoists Surrender In Dantewada

ଛତିଶଗଡର ଦାନ୍ତେଓ୍ବଡାରେ ପୋଲିସକୁ ବଡ ସଫଳତା । ଲାଲ ଶିବିର ଛାଡିଲେ 16 ମାଓବାଦୀ । ସରକାରଙ୍କ ଯୋଜନା ଅନୁଯାୟୀ ଥଇଥାନ କରିବ ପୋଲିସ । ଅଧିକ ପଢନ୍ତୁ

ଦାନ୍ତେଓ୍ବାଡାରେ ପୋଲିସକୁ ସଫଳତା, ଲାଲ ଶିବିର ଛାଡି ଆତ୍ମସମର୍ପଣ କଲେ ୧୨ ମାଓବାଦୀ
ଦାନ୍ତେଓ୍ବାଡାରେ ପୋଲିସକୁ ସଫଳତା, ଲାଲ ଶିବିର ଛାଡି ଆତ୍ମସମର୍ପଣ କଲେ ୧୨ ମାଓବାଦୀ

By

Published : Dec 4, 2021, 7:55 PM IST

Updated : Dec 4, 2021, 10:57 PM IST

ରାୟପୁର: ଲାଲବାହିନୀର ଦୁର୍ଦ୍ଧର୍ଷଗଡ ଭାବେ ପରିଚିତ ଛତିଶଗଡର ଦାନ୍ତେଓ୍ବଡାରେ ପୋଲିସକୁ ବଡ ସଫଳତା । 16 ଜଣ କ୍ୟାଡର ମାଓବାଦୀ ସଂଗଠନ ଛାଡି ପୋଲସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛି ଜିଲ୍ଲା ପୋଲିସ ପ୍ରଶାସନ ।ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଥଇଥାନ ଯୋଜନାରେ ମାଓବାଦୀଙ୍କୁ ଥଇଥାନ କରାଯିବା ସହ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ଅବସର ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସ୍ଥାନୀୟ ପୋଲିସ ପ୍ରଶସନ ପକ୍ଷରୁ ସୂଚନା ମିଳିଛି ।

ଆତ୍ମସମର୍ପଣ କରିଥିବା 16 ମାବାଦୀଙ୍କ ମଧ୍ୟର ଅନେକ ହାର୍ଡକୋର ମାଓବାଦୀ ରହିଛନ୍ତି । ସଂଗଠନର ମିଲିସିଆ ସଦସ୍ୟ ୨୬ ବର୍ଷୀୟ ଯୋଗ କୁଞ୍ଜାମ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଯୋଗ କୁଞ୍ଜାମ ଦନ୍ତେଓ୍ବାଡାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ସମେତ ଅନେକ ହିଂସାତ୍ମକ କର୍ଯ୍ୟକଳାପରେ ସାମିଲ ଥିବା କହିଛି ପୋଲିସ ।

ତେବେ ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରି ସାମାଜିକ ଜୀବନ ପୁନଃଆରମ୍ଭ କରିବାକୁ ଚାହିଁଲେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଥଇଥାନ କରୁଛନ୍ତି । ସେହି ଆଧାରରେ ଗତବର୍ଷ ଜୁନ୍ ମାସରେ ଛତିଶଗଡ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଲୋନ୍ ଭାରାଟୁ (Lon Varratu) (ସ୍ଥାନୀୟ ଗୋଣ୍ଡି ଭାଷା ଶବ୍ଦ) ଅଭିଯାନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୭୫ ମାଓବାଦୀ ଲାଲ ଶିବିର ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇସାରିଲେଣି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ପୁରସ୍କାର ରାଶି ଘୋଷଣା ହୋଇଥିବା 119 ହାର୍ଡକୋର ମାଓବାଦୀ ମଧ୍ୟ ରହିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2021, 10:57 PM IST

ABOUT THE AUTHOR

...view details