ଓଡିଶା

odisha

By

Published : Jan 8, 2023, 10:12 AM IST

ETV Bharat / bharat

ଭାରତରେ ବଢ଼ିବ ଚିତା ବଂଶ, ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

ଜାନୁଆାରୀ ୨୦ରେ ଭାରତକୁ ଆସିପାରନ୍ତି ଆଉ ୧୨ ଚିତା । ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତ ଆସିବା ନେଇ ଏହି ସପ୍ତାହରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ । ଅଧିକ ପଢ଼ନ୍ତୁ

ଜାନୁଆାରୀ ୨୦ରେ ଭାରତକୁ ଆସିପାରନ୍ତି ଆଉ ୧୨ ଚିତା
ଜାନୁଆାରୀ ୨୦ରେ ଭାରତକୁ ଆସିପାରନ୍ତି ଆଉ ୧୨ ଚିତା

ନୂଆଦିଲ୍ଲୀ: ପୁଣି ଭାରତକୁ ଆସିବେ ଆଉ ୧୨ ଚିତା । ଜାନୁଆରୀ ୨୦ରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ୧୨ଟି ଚିତା ଆସିବାର ସମ୍ଭାବନା ରହିଛି (12 cheetahs may be brought from South Africa)। ଏହି ପ୍ରକଳ୍ପ ସହିତ ଜଡିତ ଦକ୍ଷିଣ ଆଫ୍ରିକାର (South Africa) ଜଣେ ଅଧିକାରୀ କହିଛନ୍ତି ‘‘ରାଷ୍ଟ୍ରପତି ରାମାଫୋସା ଏହି ପ୍ରକଳ୍ପ ପାଇଁ ନୀତିଗତ ଅନୁମୋଦନ ପ୍ରକାଶ କରିସାରିଛନ୍ତି । ଏକ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ଏମଓୟୁ ସ୍ବାକ୍ଷରିତ ହେବ’’ ।

ଭାରତରେ ଚିତା ଟ୍ରାନ୍ସଲୋକେସନ ପ୍ରୋଜେକ୍ଟରେ କାମ କରୁଥିବା ଅଧିକାରୀ କହୁଛନ୍ତି ଦକ୍ଷିଣ ଆଫ୍ରିକାରୁ ୧୨ ଟି ଚିତା ଭାରତ ଆସିବା ନେଇ ଖୁବଶୀଘ୍ର ଚୁକ୍ତି ସ୍ବାକ୍ଷରିତ ହୋଇପାରେ । ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମିବ୍ୟାରୁ ଆଠଟି ଚିତାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ।

ୱାଇଲ୍ଡ ଲାଇଫ ଇଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, ‘‘ଭାରତରେ ଚିତାଙ୍କ ବଂଶ ବୃଦ୍ଧି ସହ ବଂଶ ବିସ୍ତାର ପାଇଁ ଆକ୍ସନ୍ ପ୍ଲାନର ଆବଶ୍ୟକତା ରହିଛି । ଆକ୍ସନ୍ ପ୍ଲାନର ଅନୁଯାୟୀ, ପ୍ରାୟ ୧୨-୧୪ ଜଙ୍ଗଲି ଚିତା ଯାହା ଏକ ନୂତନ ଚିତାମାନଙ୍କ ବଂଶ ବୃଦ୍ଧି ଏକ ଆଦର୍ଶ ଭିତ୍ତିଭୂମି ପ୍ରସ୍ତୁତ କରିବ । ତେବେ ଏହି ପ୍ରକଳ୍ପ ପାଇଁ ଦକ୍ଷିଣ ଆଫ୍ରିକାର ନାମିବ୍ୟା ଏବଂ ଅନ୍ୟ ଆଫ୍ରିକୀୟ ଦେଶରୁ ଚିତାମାନଙ୍କୁ ଅଣାଯିବ ।’’

ତେବେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଚିତା ଆଣିବା ପାଇଁ କେନ୍ଦ୍ର ଜଙ୍ଗଲ ଏବଂ ବନ୍ୟଜନ୍ତୁ ନିର୍ଦ୍ଦେଶକ ଜେନେରାଲ ଚନ୍ଦ୍ର ପ୍ରକାଶ ଗୋୟଲ, ଜାତୀୟ ଟାଇଗର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ସଦସ୍ୟ ସଚିବ ଏସପି ଯାଦବ ଏବଂ ବନ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଜାନୁଆରୀ ୧୩ରେ ଦିଲ୍ଲୀରୁ ଦକ୍ଷିଣ ଆଫ୍ରିକା ଯିବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଯେ, ଗତ ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମିବ୍ୟାରୁ ଆଠଟି ଚିତାକୁ ଆଣିଥିଲେ । ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details