ଓଡିଶା

odisha

ରାଜଧାନୀରେ ସୁରକ୍ଷିତ ନୁହନ୍ତି ମହିଳା ! 6 ମାସରେ 1100 ଜଣ ଦୁଷ୍କର୍ମର ଶିକାର

By

Published : Aug 7, 2022, 1:26 PM IST

Updated : Aug 7, 2022, 1:45 PM IST

ଦିଲ୍ଲୀରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ ମାସ ମଧ୍ୟରେ ୧୧୦୦ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏହି ସଂଖ୍ୟା ୬.୪୮ %କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Delhi Crime: ୬ମାସ ମଧ୍ୟରେ ୧୧୦୦ ମହିଳାଙ୍କୁ ଦୁଷ୍କର୍ମ, ସଂଖ୍ୟା ୬.୪୮ %କୁ ବୃଦ୍ଧି
Delhi Crime: ୬ମାସ ମଧ୍ୟରେ ୧୧୦୦ ମହିଳାଙ୍କୁ ଦୁଷ୍କର୍ମ, ସଂଖ୍ୟା ୬.୪୮ %କୁ ବୃଦ୍ଧି

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା । ନିକଟରେ ୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଖବର ସମସ୍ତ ସୀମା ପାର କରିଛି । ପୀଡ଼ିତାକୁ ପ୍ରଥମେ ଅପହରଣ କରି ପରେ ନିଶାଦ୍ରବ୍ୟ ଦେଇ ତା ସହ ଶାରୀରିକ ସମ୍ପର୍କ ରଖାଯାଇଥିଲା । ଦିଲ୍ଲୀ ପୋଲିସର ଏକ ରିପୋର୍ଟ ଅନୁଯାୟୀ ଗତ ୬ ମାସ ମଧ୍ୟରେ ୧୧୦୦ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ କରାଯାଇଥିବା ବେଳେ ୨୦୨୧ ତୁଳନରେ ଚଳିତ ବର୍ଷ ଏହି ସଂଖ୍ୟା ୬.୪୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଉକ୍ତ ୧୩ ବର୍ଷର ନାବାଳିକା ଗତ ଏପ୍ରିଲ ୨୪ ତାରିଖରେ ଘରୁ ନିଖୋଜ ହୋଇଥିବା ବେଳେ ମେ ୨ ତାରିଖରେ ସାକେଟ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଥିଲା । ରାଜଧାନୀରେ ଏପରି ଅନେକ ଘଟଣା ପ୍ରତିଦିନ ଘଟୁଛି । ଦିଲ୍ଲୀରେ ମହିଳାଙ୍କ କ୍ଷେତ୍ରରେ ଏଭଳି ଅପରାଧ ଲଗାତାର ଭାବେ ବୃଦ୍ଧି ପାଉଛି । ଚଳିତ ବର୍ଷ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ୧୧୦୦ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ୨୦୨୧ରେ ଏହି ସଂଖ୍ୟା ୧୦୩୩ ଥିଲା । ଦିଲ୍ଲୀ ପୋଲିସ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସୁଥିବା ବେଳେ ଏଭଳି ଘଟଣା ଅନେକ ଥର ଘଟୁଛି ।

ଆଇପିସି(IPC) ଧାରା ଅନୁସାରେ ୧୪୮୦ କେସ୍‌ ରୁଜୁ ହୋଇଥିବା ବେଳେ ୧୨୪୪ଟି ମାମଲା ଗତବର୍ଷ ରୁଜୁ ହୋଇଥିଲା । ସେପଟେ ଅନ୍ୟ ଏକ ତଥ୍ୟ ଅନୁସାରେ ଦିଲ୍ଲୀରେ ୨୧୯୭ ମହିଳାଙ୍କୁ ଅପହରଣ କରାଯାଇଥିବା ବେଳେ ଗତବର୍ଷ ଏହି ସଂଖ୍ୟା ୧୮୮୦ ରହିଥିଲା । ୨୦୨୧ ବର୍ଷର ପୁରା ରିପୋର୍ଟ ଦେଖିଲେ ବର୍ଷକରେ ମୋଟ ୩୭୫୮ ମହିଳାଙ୍କୁ ଅପହରଣ କରାଯାଇଥିଲା । ଅଜଣା ବ୍ୟକ୍ତିଙ୍କ ଦ୍ବାରା ଏପରି ଘଟଣା ଘଟୁନାହିଁ । ଏଥିରେ ମହିଳାଙ୍କ ଶ୍ବଶୁର ଘର ଲୋକ ମଧ୍ୟ ସାମିଲ ଥିବା ଅନେକ ଖବର ସାମନାକୁ ଆସୁଛି ।

ଏହି ତଥ୍ୟ ଉପରେ ନଜର ପକାଇଲେ ଚଳିତ ବର୍ଷ ଶ୍ବଶୁର ଘର ଲୋକଙ୍କ ଦ୍ବାରା ନିର୍ଯାତନା ପାଇଥିବା ମହିଳାଙ୍କ ସଂଖ୍ୟା ୨୭୦୪ ରହିଥିବା ବେଳେ ପୂର୍ବବର୍ଷ ଏହି ସଂଖ୍ୟା ୨୦୯୬ ରହିଥିଲା । ଚଳିତବର୍ଷ ଯୌତୁକ ଲାଗି ଏଯାବତ ୬୯ ମହିଳା ପ୍ରାଣ ହରାଇଥିବା ବେଳେ ପୂର୍ବବର୍ଷ ଏହି ସଂଖ୍ୟା ୭୨ ରହିଥିଲା । ବର୍ଷର ପ୍ରଥମ ୬ ମାସ ମଧ୍ୟରେ ମହିଳାଙ୍କ ପ୍ରତି ଅପରାଧିକ ମାମଲା ଦେଖିଲେ ଗତବର୍ଷ ଏହା ୬୭୪୭ ରହିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୭୮୮୭ ରହିଛି ।

Last Updated : Aug 7, 2022, 1:45 PM IST

ABOUT THE AUTHOR

...view details