ରାଞ୍ଚି: ଟାଟା ଷ୍ଟିଲ୍କୁ ପରିବେଶ ଚିନ୍ତା । ଖସାଇଲା ୧୧୦ ମିଟର ଉଚ୍ଚ ଚିମିନି । ଜାମସେଦପୁର ଟାଟା ଷ୍ଟିଲ୍ର ୨୭ ବର୍ଷର ଏକ ପୁରୁଣା ଚିମିନିକୁ ଖସାଇ ଦିଆଯାଇଛି । ଏହି ଚିମିନିକୁ ଭାଙ୍ଗିବାକୁ ପ୍ରାୟ ୧୧ ସେକେଣ୍ଡ ସମୟ ଲାଗିଥିଲା । ଦକ୍ଷିଣ ଆଫ୍ରିକାର ଏଡିଫିକ୍ସ୍ ଇଞ୍ଜିନିୟରିଂ କମ୍ପାନୀ ଏହି ଚିମିନି ଭାଙ୍ଗିବା ଦାୟିତ୍ବ ନେଇଥିଲା । ସୁରକ୍ଷିତ ଭାବରେ ଭଙ୍ଗା ଯାଇଥିବା ଏହି ଚିମିନିର ଉଚ୍ଚତା ୧୧୦ ମିଟର ରହିଥିଲା ।
ଜାମସେଦପୁରେ ସ୍ଥାପିତ ୧୦୦ରୁ ଅଧିକ ପୁରୁଣା ଟାଟା ଷ୍ଟିଲ୍ କମ୍ପାନୀ ପରିବେଶକୁ ବଞ୍ଚାଇବା ପାଇଁ ନୂଆନୂଆ ଟେକ୍ନିକ୍ ଆପଣାଇ ଆସୁଛି । ଏହାକୁ ନେଇ କମ୍ପାନୀରେ ଅନେକ ପରିବର୍ତ୍ତନ କରାଯାଉଛି । ଏହି କ୍ରମରେ କମ୍ପାନୀରେ ବନ୍ଦ ଥିବା କୋକ୍ ପ୍ଲାଣ୍ଟ୍ର ବ୍ୟାଟେରୀ ନମ୍ବର ୫ର ୧୧୦ ମିଟର ଉଚ୍ଚତା ବିଶିଷ୍ଟ ଏକ ଚିମିନିକୁ ଭାଙ୍ଗି ଦିଆଯାଇଛି । ରବିବାର ସକାଳ ୧୧ଟା ବେଳେ ଏହାକୁ ଭଙ୍ଗା ଯାଇଥିଲା । ଭାଙ୍ଗିବା ପୂର୍ବରୁ ଏହାର ଆଖପାଖ ଅଞ୍ଚଳ ଖାଲି କରାଯାଇଥିଲା । ଯାହାଫଳରେ ଚିମିନି ଭଙ୍ଗାଯିବା ବେଳେ କୌଣସି କ୍ଷତି ଘଟିନାହିଁ ।