ମୁମ୍ବାଇ:ଗୋଆରେ ଅଜଣା ବ୍ୟକ୍ତିଙ୍କଠାରୁ ନିର୍ଯାତନା ଶିକାର ହୋଇଛନ୍ତି ମହାରାଷ୍ଟ୍ର କୋହ୍ଲାପୁରର ୧୧ ଜଣ ଯୁବକ । ସେମାନେ ଗୋଆର ମାପସାକୁ ଗସ୍ତ କରିଥିବା ବେଳେ ସେଠାରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଉଲଗ୍ନ କରାଇ ଭିଡ଼ିଓ ଉତ୍ତୋଳନ କରିଥିବା ସେମାନେ ଅଭିଯୋଗ ହୋଇଛି । ଏହାପରେ ସେମାନଙ୍କୁ ଧମକ ଦେଉଥିବା ଯୁବକମାନେ ଚନ୍ଦଗଡ଼ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ଗୋଆରେ ଯୁବକଙ୍କୁ ଉଲଗ୍ନ କରି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ, ଅଭିଯୋଗ ଆଣିଲେ ପୀଡ଼ିତ - ଗୋଆରେ ମହାରାଷ୍ଟ୍ର ଯୁବକଙ୍କୁ ନିର୍ଯାତନା
ଗୋଆରେ ମୁମ୍ବାଇର କିଛି ଯୁବକଙ୍କୁ ଜୋରଜବରଦସ୍ତ ଉଲଗ୍ନ କରି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରିଛନ୍ତି କିଛି ଅଜଣା ବ୍ୟକ୍ତି । ଏହାପରେ ଟଙ୍କା ମାଗୁଥିବା ସେମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଗତ ୨ ଦିନ ତଳେ ଯୁବକଙ୍କ ସହିତ ଏହି ଘଟଣା ଘଟିଛି । ଘଟଣା ଘଟିବା ପରେ ପୀଡ଼ିତ ଯୁବକ ଭୟଭୀତ ଅବସ୍ଥାରେ ରହିଛନ୍ତି । ଚନ୍ଦଗଡ଼ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ସେମାନେ ସୁରକ୍ଷା ଲୋଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଏହି ଯୁବକ ମାନେ ଗତ କିଛି ଦିନ ତଳେ ଗୋଆ ଗସ୍ତ କରିଥିଲେ । ସେଠାରେ ନିଜ କାମ ଶେଷ କରିବା ପରେ ଘରକୁ ଫେରୁଥିଲେ । ତେବେ ଫେରିବା ବାଟରେ ତାଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ଅଟକାଇ ହୋଟେଲକୁ ନିମନ୍ତ୍ରଣ କରିଥିଲେ ।
ଉକ୍ତ ହୋଟେଲେ ସୁସ୍ବାଦୁ ଭୋଜନ ମିଳୁଥିବା କହି ପୀଡ଼ିତଙ୍କୁ ଡ଼ାକି ନେଇଥିଲେ । ଏହାପରେ ସେମାନଙ୍କୁ ଜୋରଜବରଦସ୍ତ ଏକ ହୋଟେଲ ରୁମରେ ବନ୍ଦ କରି ପ୍ରଥମେ ମାଡ଼ ମାରିଥିଲେ । ଏହାପରେ ସେମାନଙ୍କୁ ଉଲଗ୍ନ କରି କିଛି ଯୁବତୀଙ୍କ ସହିତ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହାପରେ ସେମାନଙ୍କୁ ଛାଡ଼ି ଦେବା ସହିତ ସେମାନଙ୍କ ନିକଟରୁ ମୋବାଇଲ ଫୋନ, ସୁନା ଅଳଙ୍କରା ଓ ଟଙ୍କା ହଡ଼ପ କରିଛନ୍ତି । ଅନଲାଇନରେ ଟଙ୍କା ନ ପଠାଇଲେ ଭିଡିଓକୁ ଭାଇରାଲ କରିବେ ବୋଲି ଧମକ ଦେଇଥିବା ପୀଡ଼ିତ ମାନେ ଅଭିଯୋଗ କରିଛନ୍ତି ।