ଓଡିଶା

odisha

ETV Bharat / bharat

ଗୋଟିଏ ଦିନ ପାଇଁ କଲେକ୍ଟର ହେଲେ ୧୧ ବର୍ଷିୟା ଫ୍ଲୋରା - ଗୋଟିଏ ଦିନ ପାଇଁ କଲେକ୍ଟ ହେଲେ ୧୧ ବର୍ଷ ବୟସର ନାବାଳିକା

ବ୍ରେନ ଟ୍ୟୁମରରେ ପୀଡିତ ଥିବା ୧୧ ବର୍ଷିୟା ଝିଅ ଫ୍ଲୋରା ଆସୋଡିଆ ଗୋଟିଏ ଦିନ ପାଇଁ ହେଲେ ଅହମ୍ମଦାବାଦର କଲେକ୍ଟର । ଅଧିକ ପଢନ୍ତୁ...

ଗୋଟିଏ ଦିନ ପାଇଁ କଲେକ୍ଟ ହେଲେ  ୧୧ ବର୍ଷ ବୟସର ନାବାଳିକା ଫ୍ଲୋରା ଆସୋଡିଆ
ଗୋଟିଏ ଦିନ ପାଇଁ କଲେକ୍ଟ ହେଲେ ୧୧ ବର୍ଷ ବୟସର ନାବାଳିକା ଫ୍ଲୋରା ଆସୋଡିଆ

By

Published : Sep 19, 2021, 12:33 PM IST

ଗାନ୍ଧୀନଗର: ଗୋଟିଏ ଦିନ ପାଇଁ ଅହମ୍ମଦାବାଦର କଲେକ୍ଟର ହେଲେ ୧୧ ବର୍ଷିୟା ଝିଅ ଫ୍ଲୋରା ଆସୋଡିଆ । ଅହମ୍ମଦାବାଦର କଲେକ୍ଟର ଭାବେ ଗତକାଲି(ଶନିବାର) ସେ କାର୍ଯ୍ୟରତ ଥିଲେ । ସେ ଗାନ୍ଧିନଗର ବାସିନ୍ଦା ହୋଇଥିବା ବେଳେ ଏବେ ବ୍ରେନ ଟ୍ୟୁମରରେ ପୀଡିତ ଅଛନ୍ତି । ତେବେ ଦିନକୁ ଦିନ ତାଙ୍କ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ବେଳେ ଗତ ମାସରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା । ତେବେ ଝିଅଟି କଲେକ୍ଟର ହେବାକୁ ଇଚ୍ଛା ରଖିଥିବା ‘ମେକ ଏ ଉଇସ’ ଫାଉଣ୍ଡେସନ ତରଫରୁ ସୂଚନା ପାଇଥିଲେ ଅହମ୍ମଦାବାଦ କଲେକ୍ଟର ସାଣ୍ଡିପ ସାଙ୍ଗଲେ । ଏହାପରେ ସେ ଫ୍ଲୋରାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ସ୍ବପ୍ନକୁ ସାକାର କରିବାରୁ ପ୍ରତିଶୃତି ଦେଇଥିଲେ ।

ଗୋଟିଏ ଦିନ ପାଇଁ କଲେକ୍ଟ ହେଲେ ୧୧ ବର୍ଷ ବୟସର ନାବାଳିକା ଫ୍ଲୋରା ଆସୋଡିଆ

କଲେକ୍ଟର ସାଣ୍ଡିପ ସାଙ୍ଗଲେ କହିଛନ୍ତି ଯେ ଆମେ ଫ୍ଲୋରାର ପିତାମାତାଙ୍କୁ ଗୋଟିଏ ଦିନ ପାଇଁ ଝିଅକୁ କଲେକ୍ଟର କରିବାରୁ ଅନୁରୋଧ କରିଥିଲୁ କିନ୍ତୁ ଝିଅର ଅସ୍ତ୍ରୋପ୍ରଚାର ହେତୁ ସେମାନେ ଅନିଚ୍ଛା ପ୍ରକାଶ କରିଥିଲେ । କାରଣ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା । କିନ୍ତୁ ଶେଷରେ ଫ୍ଲୋରାଙ୍କ ପିତାମାତାଙ୍କୁ କଲେକ୍ଟର ମନାଇବାରେ ସଫଳ ହୋଇଥିଲେ । ଏଥି ସହ ସେପ୍ଟେମ୍ବର ୨୫ତାରିଖ ଦିନ କଲେକ୍ଟର ଫ୍ଲୋରାଙ୍କ ଜନ୍ମଦିନ ପାଳନ କରିଥିଲେ । ତେବେ ଫ୍ଲୋରା ଏବେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି, ଗତ ସାତ ମାସ ହେଲା ସେ ବ୍ରେନ ଟ୍ୟୁମରରେ ପୀଡିତ ଅଛନ୍ତି, ସେ ସର୍ବଦା ଆଇଏଏସ ଅଧିକାରୀ କିମ୍ବା କଲେକ୍ଟର ହେବାକୁ ଚାହୁଁଥିବା ଥିବା ଫ୍ଲୋରାଙ୍କ ପିତାମାତା କଲେକ୍ଟରଙ୍କୁ ଜଣାଇଥିଲେ ।

ତେବେ ତାଙ୍କର ସ୍ବପ୍ନକୁ ଗତକାଲି କଲେକ୍ଟର ପୂରଣ କରିଥିବାରୁ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ଗତକାଲି (ଶନିବାର) କଲେକ୍ଟର ଅଫିସରେ ଫ୍ଲୋରାଙ୍କୁ ସ୍ବାଗତ କରାଯାଇଥିଲା । ସମସ୍ତଙ୍କଠାରୁ ସେ ଅନେକ ଉପହାର ଗ୍ରହଣ କରି ନିଜର ଇଚ୍ଛା ପୂରଣ କରିଥିଲେ ।

@ANI

ABOUT THE AUTHOR

...view details