ଓଡିଶା

odisha

ETV Bharat / bharat

ଗରିବଙ୍କ ସେବାରେ ଆଖରି ଉମିଦ୍‌, 11ଟଙ୍କାରେ ମିଳୁଛି ସବୁ ସାମଗ୍ରୀ - ଗରିବଙ୍କ ସେବାରେ ଆଖରୀ ଉମ୍ମିଦ

ଜଳନ୍ଧରରେ ଏଭଳି ଲୋକଙ୍କ ପାଇଁ ଖୋଲିଛି 'ଆଖରି ଉମିଦ୍‌' (aakhri umeed)। ଯେଉଁଠାରେ ମାତ୍ର 11 ଟଙ୍କାରେ ଲୋକଙ୍କୁ ସମସ୍ତ ଜିନିଷ ମିଳୁଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଅଧିକ ପଢ଼ନ୍ତୁ

11 rupees canteen for poor people in jalandhar
ଗରିବଙ୍କ ସେବାରେ ଆଖରୀ ଉମିଦ୍‌, 11ଟଙ୍କାରେ ମିଳୁଛି ସବୁ ସାମଗ୍ରୀ

By

Published : Jun 15, 2022, 4:16 PM IST

ଚଣ୍ଡିଗଡ଼: ମହଙ୍ଗା ଯୁଗରେ ଗରିବ ଅସହାୟଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ଖାଇବା ରହିଠାରୁ ଆରମ୍ଭ କରି ସବୁ ଜିନିଷ ଦାମୀ। ଫଳରେ ପେଟପାଟଣା ପାଇଁ ଚିନ୍ତାରେ ରହିଛନ୍ତି ଗରିବ ଶ୍ରେଣୀକ ବ୍ୟକ୍ତି । ତେବେ ଜଳନ୍ଧରରେ ଏଭଳି ଲୋକଙ୍କ ପାଇଁ ଖୋଲିଛି ' ଆଖରି ଉମ୍ମିଦ' (aakhri umeed)। ଯେଉଁଠାରେ ମାତ୍ର 11 ଟଙ୍କାରେ ଲୋକଙ୍କୁ ସମସ୍ତ ଜିନିଷ ମିଳୁଛି। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଜଳନ୍ଧର ନିକଟ ଏକ ମାର୍କେଟରେ ଏହି ଆଖରି ଉମ୍ମିଦ କ୍ୟାଣ୍ଟିନ ଖୋଲା ଯାଇଛି।

ଆଖରି ଉମ୍ମିଦ କ୍ୟାଣ୍ଟିନରେ ଗରିବ ଲୋକଙ୍କ ପାଇଁ କପଡ଼ା, ଜୋତା, ଔଷଧ, ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ମିଳୁଛି। ଯାହା ମାତ୍ର 11 ଟଙ୍କାରେ ଉପଲବ୍ଧି ହୋଇଛି। ସହରର ବିଭିନ୍ନ ସ୍ଥାନରୁ ଲୋକ ଏଠାକୁ ଆସି ଜିନିଷ କିଣି ପାରିବେ। ଏକ ଭଲ ଦୋକାନରେ ଯେଉଁଭଳି ଜିନିଷ ମିଳିଥାଏ, ଏଠାରେ ମଧ୍ୟ ମାତ୍ର 11 ଟଙ୍କାରେ ତାହା ମିଳେ। ଖାଲି ଏତିକି ନୁହେଁ ଗରିବ ଏସହାୟ ଲୋକଙ୍କ ପାଇଁ ଏଠାରେ ଆହାର କେନ୍ଦ୍ରର ମଧ୍ୟ ଆୟୋଜନ କରାଯାଇଛି। ତାକୁ ମଧ୍ୟ ମାତ୍ର 11 ଟଙ୍କାରେ ଲୋକେ ଖାଇ ପାରିବେ। ଏହା ଦିନ 1ଟାରୁ ଅପରାହ୍ନ 3ଟା ଯାଏଁ ଖୋଲାଯାଏ। 11 ଟଙ୍କିଆ କ୍ୟାଣ୍ଟିନର ସଞ୍ଚାଳକ ଜତିନ୍ଦ୍ରପାଲଙ୍କ ସିଂଙ୍କ କହିବା ଅନୁସାରେ, 2016ରେ ଏହାକୁ ଖୋଲାଯାଇଥିଲା। ସେତେବେଳେ ଏହି ସଂଗଠନରେ ମାତ୍ର 11 ଜଣ ସଦସ୍ୟ ଥିଲେ। ବର୍ତ୍ତମାନ 1400 ସ୍ବୟଂସେବକ ଓ 1000 ପରିବାର ଯୋଡ଼ି ହୋଇଛନ୍ତି। ସମାଜର ସେବା କରିବା ସଂଗଠନର ମୂଳ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଲୋକମାନେ ଦାନ କରୁଥିବା ଜିନିଷକୁ ଭଲ ଭାବେ ସଫା କରି କ୍ୟାଣ୍ଟିନରେ ବିକ୍ରି ପାଇଁ ରଖାଯାଏ। ଖାଲି ସେତିକି ନୁହେଁ, ମାତ୍ର 11 ଟଙ୍କାରେ ଲୋକଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଏ। ବର୍ତ୍ତମାନ ସୁଦ୍ଧା 897 ଲୋକ ଏହାର ସୁବିଧା ପାଇଛନ୍ତି। ଗତ ଦୁଇବର୍ଷରେ କରୋନା ମହାମାରୀ ସମୟରେ ସଂଗଠନ ଅନେକ ଲୋକଙ୍କ ସେବା କରିଛି। ସଂଗଠନର ଏଭଳି କାର୍ଯ୍ୟ ପାଇଁ ଲୋକେ ବିଭିନ୍ନ ପ୍ରକାର ସାହାଯ୍ୟ କରନ୍ତି। ଯେତେ ପରିମାଣର ଲୋକେ ଏଥିରେ ଯୋଗ ସମାଜର ସେତିକି କଲ୍ୟାଣ ହେବ ବୋଲି ସଂଗଠନ ସଞ୍ଚାଳକ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details