ମୁମ୍ବାଇ:ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ଅଘଟଣ । କାନ୍ଥ ଭୁଶୁଡି ଚାଲିଗଲା 21 ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ଚେମ୍ବରର ଭରତ ନଗର ଏ ବିକ୍ରୋଲି ଅଞ୍ଚଳରେ । ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ 19 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି ।
ସୂଚନାଅନୁସାରେ, କିଛି ଦିନ ହେବ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଏନେକ ସ୍ଥାନ ଜଳବନ୍ଦୀ ହୋଇଛି । ଅନେକ ସ୍ଥାନରେ ବର୍ଷା ପାଣି ଘରେ ପଶି ଯାଇଥିବା ଦେଖିବାକୁ ମିଳିଛି । ଭୂସ୍କଳନ ଯୋଗୁଁ କାନ୍ଥ ଭଶୁଡିବା ଫଳରେ ଏପରି ଅଘଟଣ ହୋଇଛି । ତେବେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ସହିତ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।
ଅନ୍ୟପକ୍ଷରେ ହନୁମାନ ନଗର, ପୂର୍ବ କାନ୍ଦିଭାଲି ଅଞ୍ଚଳର ଅନେକଙ୍କ ଘରେ ବର୍ଷା ପାଣି ପଶିଯାଇଛି । ୬ଟି ଘରର କାନ୍ଥ ଭୁଶୁଡିବା ସୂଚନା ମିଳିଛି। ଏବେ ବି କାନ୍ଥ ତଳେ ୮ ଜଣ ଫସିଥିବା ସୂଚନା ଜଣାପଡିଛି । ଏହା ସହିତ ମୁମ୍ବାଇର ବିକ୍ରୋଲି ଅଞ୍ଚଳରେ ଘର ଭୁଶୁଡି ୬ ଜଣଙ୍କ ମୃତ୍ୟୁ ହୋଇଛି ।