ପାଟନା:ବିବାଦରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି (Former Bihar Chief Minister Jitan Ram Majhi ) । ବ୍ରାହ୍ମଣଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜିତନ ରାମ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଜିତନ ରାମ ଗତ ଶନିବାର ବ୍ରାହ୍ମଣ ମାନଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ଏନେଇ ଅନେକ ସ୍ଥାନରେ ମାମଲା ରୁଜୁ କରାଯାଇଛି । ଏଭଳି ମନ୍ତବ୍ୟକୁ ନେଇ ଜିତନ ରାମଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଗଜେନ୍ଦ୍ର ଝା । ସେ କହିଛନ୍ତି ଯେ ଜିତନ ରାମ ମାଝିଙ୍କ ଜିଭ ଯିଏ କାଟିବ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ । (Gajendra Jha Announces Reward for Cut Manjhi Tongue )
ତେବେ ବିଜେପି ନେତାଙ୍କ ଏପରି ମନ୍ତବ୍ୟ ପରେ ଜିତନ ରାମ ମାଝିଙ୍କ ପାର୍ଟି HAM ମୁଖପାତ୍ର ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଜିତନ ରାମ ମାଝିଙ୍କ ବିରୋଧରେ ଲଗାତର ବିଜେପି ନେତାଙ୍କ ଦ୍ବାରା ଅଶ୍ଳୀଳ ଟିପ୍ପଣୀ ଦିଆଯାଉଛି । ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ଗଜେନ୍ଦ୍ର ଝା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଭ କାଟିବେ ବୋଲି କହିଛନ୍ତି । ହେଲେ କାହାର ବି ଦମ ନାହିଁ ଜିତନ ରାମ ମାଝିଙ୍କ ଜିଭ କାଟିବାକୁ । ତେବେ ଏଭଳି ମନ୍ତବ୍ୟ ଦଳିତଙ୍କ ପାଇଁ ଅପମାନ ନୁହଁ ବୋଲି ପ୍ରଶ୍ନ କରିଛନ୍ତି HAM ମୁଖପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବୟାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ଏହାକୁ ନେଇ କେଉଁ ପ୍ରକାର ରାଜନୀତି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ବିଜେପି ନେତୃତ୍ୱକୁ ଚେତାବନୀ ଦେଇ ମୁଖପାତ୍ର କହିଛନ୍ତି ଯେ ନିଜ ନେତାମାନଙ୍କ ଉପରେ ନଜରରେ ରଖନ୍ତୁ ନଚେତ ଏହାର ପରିଣାମ ଯାହା ହେବ ତାହା ଆପଣଙ୍କୁ ସାମ୍ନା କରିବାକୁ ପଡିବ ।