ଓଡିଶା

odisha

ETV Bharat / bharat

ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଡ୍ରୋନ୍ ଖସାଇଲା ସେନା, 11 ଗ୍ରେନେଡ ଜବତ - 11 grenades dropped by Pakistan drone

ପଞ୍ଜାବର ଗୁରୁଦାସପୁର ନିକଟ ଅନ୍ତର୍ଜାତୀୟ ସୀମା ନିକଟରୁ ଗ୍ରେନେଡ ଜବତ । ଡ୍ରୋନ ମାଧ୍ୟମରେ ପାକିସ୍ତାନ ଏହି ଗ୍ରେନେଡ ପକାଇଥିବା ସୂଚନା ମିଳିଛି । ପଞ୍ଜାବ ପୋଲିସ ଗୁଳି ମାଡ କରି ପାକିସ୍ତାନ ଡ୍ରୋନ ଖସାଇଥିଲା । ଅଧିକ ପଢନ୍ତୁ..

ଭୁବନେଶ୍ବର: କୃଷି ଆଇନକୁ ନେଇ ବିଜେପିର କୃଷକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ । ଆଗାମୀ ତିନି ମାସରେ 3500 ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ଦଳ । ଏହା ସହ ପ୍ରତି ମଣ୍ଡିରେ କେନ୍ଦ୍ରୀୟ ସହାୟତା ପୋଷ୍ଟର ମାରି କୃଷକଙ୍କ ଅବଗତ କରାଯିବ । ପ୍ରତ୍ୟକ ମଣ୍ଡିରେ କୃଷକ ପଞ୍ଚାୟତ ଆୟୋଜନ ମଧ୍ୟ କରାଯିବ ।   ଏହି ଅଭିଯାନରେ ଓଡିଶାର ପ୍ରମୁଖ 6ଟି ସ୍ଥାନରେ ଜୟପୁର, ବରଗଡ, ବାଲେଶ୍ବର, ଢେଙ୍କାନାଳ , କଟକରେ ଚାଷୀ ସମାବେଶ ଆୟୋଜନ କରି ନୂତନ କୃଷିନୀତି ସପକ୍ଷରେ ଚାଷୀଙ୍କୁ  ବୁଝାଇବ ।ଜିଲ୍ଲାରେ ଥିବା ସମସ୍ତ ଧାନ ମଣ୍ଡିକୁ କୃଷକମୋର୍ଚ୍ଚା ମଣ୍ଡିଚାଲ ଅଭିଯାନରେ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।  ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ବହୁ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତାଲିକାରେ 52 ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ହେବାକୁ ପ୍ରକୃତ ହିତାଧିକାରୀ ବୋଲି କୁହାଯାଇଛି । ପ୍ରଥମେ ୩୬ ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ଥିଲେ ହେଲେ ଏବେ ମାତ୍ର 20 ଲକ୍ଷ ଚାଷୀ ସାମିଲ ହୋଇଛନ୍ତି । ଏହା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ନିଜସ୍ବ କାଳିଆ ଯୋଜନା ଏକ  ନିର୍ବାଚନୀ ଧୂଆଁବାଣ ବୋଲି କହିଛନ୍ତି ।  ସେହିପରି କେନ୍ଦ୍ର ସରକାର ଓଡିଶାର ଚାଷୀଙ୍କ ଠାରୁ 1 ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଓଡିଶା ସରକାର ଟୋକନ ନାଁରେ ଚାଷୀଙ୍କ ଧାନକୁ କାଟଛାଟ କଲେ । ରାଜ୍ୟରେ ସାରର ବ୍ୟାପକ କଳାବଜାର ଏବଂ ସାର ଯୋଗାଣରେ ରାଜ୍ୟ ସରକାରଙ୍କ  ବିଫଳତା ଦେଖାଦେଇଛି । ୩୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚିତ କରିବାର ପ୍ରତିଶୃତି ଆଜି ବି ପାଳନ ହୋଇପାରିଲାନାହିଁ । ଏସବୁ ପ୍ରସଙ୍ଗକୁ ନେଇ ବିଜେପି କୃଷିକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ କରିବ ।

By

Published : Dec 21, 2020, 6:14 PM IST

ଚଣ୍ଡୀଗଡ:ପଞ୍ଜାବର ଗୁରୁଦାସପୁର ନିକଟ ଅନ୍ତର୍ଜାତୀୟ ସୀମା ନିକଟରୁ ଗ୍ରେନେଡ ଜବତ । 11 ଟି ଗ୍ରେନେଟ ଜବତ କରିଛି ପଞ୍ଜାବ ପୋଲିସ । ଡ୍ରୋନ ମାଧ୍ୟମରେ ପାକିସ୍ତାନ ଏହି ଗ୍ରେନେଡ ପକାଇଥିବା ସୂଚନା ମିଳିଛି । ତେବେ ପଞ୍ଜାବ ପୋଲିସ ଗୁଳି ମାଡ କରି ପାକିସ୍ତାନୀ ଡ୍ରୋନ ଖସାଇଥିଲା ।

ଡିସେମ୍ବର 19 ଓ 20 ତାରିଖରେ ଏହି ଅଞ୍ଚଳରେ ଡ୍ରୋନ ବୁଲିଥିବା ନେଇ ସୀମା ସୁରକ୍ଷା ଦେଖିବାକୁ ପାଇଥିଲେ । ଏହାର ଖବର ପାଇବା ପରେ ବିଏସଏଫ ଯବାନଙ୍କ ପକ୍ଷରୁ ତୁରନ୍ତ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ବିସ୍ଫୋରକ ସାମଗ୍ରୀ ରବିବାର ସନ୍ଧ୍ୟାରେ ସଲାଚୀ ଗାଁର ଜମିରୁ ଜବତ କରାଯାଇଛି । ଏହି ଗାଁ ଠାରୁ ମାତ୍ର 1 କିମି ଦୂରରେ ରହିଛି ଗୁରଦାସପୁର ସୀମା । ଏନେଇ ଗୁରଦାସପୁରର ପୋଲିସ ସୂଚନା ଦେଇଛି । ଗ୍ରେନେଡ ଗୁଡିକରୁ ଏକ କାଠ ବାକ୍ସ ଭିତରେ ଲୁଚାଇ ରଖାଯାଇଥିଲା ।

ବର୍ଷ 2019 ଅଗଷ୍ଟ ମାସରେ ପଞ୍ଜାବରେ ଡ୍ରୋନ ମାଧ୍ୟମରେ ବହୁ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ପକାଇଥିଲା ପାକିସ୍ତାନ । ସମସ୍ତ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ସହ ଉଦ୍ଧାର କରାଯାଇଥିଲା ।

ABOUT THE AUTHOR

...view details