ଚେନ୍ନାଇ: ସୋମବାର ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚେନ୍ନାଇରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମସି ସମ୍ପଥଙ୍କ ସମ୍ପର୍କୀୟ ଘରେ ଚଢାଉ କରିଛି। ଏହି ଚଢାଉରେ ପ୍ରାୟ 11 କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ମନ୍ତ୍ରୀଙ୍କ ସମ୍ପର୍କୀୟ ଇଲାଙ୍ଗୋଭାନ ଏକ ଫାଇନାନ୍ସ କମ୍ପାନୀର ପରିଚାଳନା କରୁଥିବାବେଳେ ଏହି ସଂସ୍ଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଏହି ସଂସ୍ଥା ଅର୍ଥ ଲଗାଇଥିବା ଜଣାପଡିଥିଲା । ପରେ ଏହି ସବୁ ଶିକ୍ଷାନୁଷ୍ଠାନର ଆର୍ଥିକ କରବାରର ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା ଆୟକର ବିଭାଗ ।
ତାମିଲନାଡୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢାଉ, 11 କୋଟି ଜବତ - ତାମିିଲ ନାଡୁରେ ଆୟକର ବିଭାଗର ଚଢାଉ
ସୋମବାର ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚେନ୍ନାଇରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମସି ସମ୍ପଥଙ୍କ ସମ୍ପର୍କୀୟ ଘରେ ଚଢାଉ । ଅଧିକ ପଢନ୍ତୁ...
ତାମିଲନାଡୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ, 11 କୋଟି ଜବତ
ତାମିଲନାଡୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ, 11 କୋଟି ଜବତ
ବିଶେଷକରି ଚେନ୍ନାଇର ଡିଏନ୍ସି ଚିଟ୍ ଫଣ୍ଡ କର୍ପୋରେଟ୍ କାର୍ଯ୍ୟାଳୟରେ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡର ଅଧିକାରୀମାନେ 3 ଦିନ ଚଢାଉ ପରେ ନଗଦ 11 କୋଟି ଜବତ କରିଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ମନ୍ତ୍ରୀ ସମ୍ପଦଙ୍କ ସମ୍ପର୍କୀୟ ଇଲାଙ୍ଗୋଭାନକୁ ସମନ କରିଥିଲା ରାଜ୍ୟ ଆୟକର ବିଭାଗ । ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନରେ ମନ୍ତ୍ରୀ ଏମସି ସମ୍ପଦ କୁଡାଲୋର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ