ଓଡିଶା

odisha

ETV Bharat / bharat

ଆଫଗାନିସ୍ତାନ ଗୁରୁଦ୍ବାର ଆକ୍ରମଣରେ ନିହତଙ୍କ ଚିତାଭସ୍ମ ଧରି ଦିଲ୍ଲୀ ଫେରୁଛନ୍ତି 11 ଶିଖ୍‌ - ଆଫଗାନିସ୍ତାନରେ ଶିଖ ମୃତ୍ୟୁ ଘଟଣା

ଆଫଗାନିସ୍ତାନରୁ ଦିଲ୍ଲୀ ଅଭିମୁଖେ ଫେରୁଛନ୍ତି 11 ଶିଖ । ସାଙ୍ଗରେ ରହିଛି ଗୁରୁଦ୍ବାର ଆକ୍ରମଣରେ ନିହତ ସବିନ୍ଦର ସିଂଙ୍କ ଚିତାଭସ୍ମ । ଆକ୍ରମଣ ଘଟଣା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଇ-ଭିସା ପ୍ରଦାନ କରିଥିଲା ଭାରତୀୟ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଆଫଗାନିସ୍ତାନ ଗୁରୁଦ୍ବାର ଆକ୍ରମଣରେ ପ୍ରାଣ ହରାଇଥିବା ସାଉଇନ୍ଦର ସିଂଙ୍କ ଚିତାଭଷ୍ମ ଧରି
ଆଫଗାନିସ୍ତାନ ଗୁରୁଦ୍ବାର ଆକ୍ରମଣରେ ପ୍ରାଣ ହରାଇଥିବା ସାଉଇନ୍ଦର ସିଂଙ୍କ ଚିତାଭଷ୍ମ ଧରି

By

Published : Jun 30, 2022, 5:14 PM IST

କାବୁଲ/ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗୁରୁଦ୍ବାର ଆକ୍ରମଣରେ ପ୍ରାଣ ହରାଇଥିବା ଶିଖ ଯୁବକ ସବିନ୍ଦର ସିଂଙ୍କ ଚିତାଭସ୍ମ ଧରି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି 11 ଶିଖ । ଚଳିତ ମାସ (ଜୁନ) 18 ରେ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ସବିନ୍ଦର ସିଂ । ଆକ୍ରମଣ ପରେ ତୁରନ୍ତ ଭାରତୀୟ କର୍ତ୍ତୃପକ୍ଷ 19 ତାରିଖରେ ଆଫଗାନିସ୍ତାନରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ 111 ହିନ୍ଦୁ ଏବଂ ଶିଖଙ୍କୁ ଜରୁରୀକାଳୀନ ଇ-ଭିସା ପ୍ରଦାନ କରିଥିଲେ ।

18 ତାରିଖରେ କାବୁଲରେ ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀ ଆକ୍ରମଣରେ ସବିନ୍ଦର ସିଂଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । କାବୁଲରେ ଉକ୍ତ ଗୁରୁଦ୍ବାର ନିକଟରେ ସବିନ୍ଦର ଏକ ପାନ ଦୋକାନ ଚଳାଉଥିବା ବେଳେ ଗୁରୁଦ୍ୱାରରେ ରହୁଥିଲେ । ତାଙ୍କ ପରିବାର ଦିଲ୍ଲୀରେ ଅଛନ୍ତି । ଆକ୍ରମଣରେ ତାଙ୍କର ମୃତ୍ୟୁ ହେବା ପରେ ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC) ୱାର୍ଲ୍ଡ ଫୋରମ୍ ଅଫ୍ ଇଣ୍ଡିଆ ଏବଂ ଭାରତ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଆଫଗାନିସ୍ତାନରୁ 11 ଜଣିଆ ଏକ ଶିଖ୍‌ ଗୋଷ୍ଠୀଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟବସ୍ଥା କରାଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ, ଆଜି ସେମାନେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details