ନୂଆଦିଲ୍ଲୀ: ଆଜି (ରବିବାର) ପ୍ରକାଶ ପାଇବ ICSEର ଦଶମ ପରୀକ୍ଷା ଫଳ । କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସନ୍ଧ୍ୟା 5ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ରେଜଲ୍ଟ ବୋର୍ଡର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।
ଆଜି ପ୍ରକାଶ ପାଇବ ICSE ଦଶମ ପରୀକ୍ଷା ରେଜଲ୍ଟ - ପ୍ରକାଶ ପାଇବ CISCE ପରୀକ୍ଷା ରେଜଲ୍ଟ
ଆଜି (ରବିବାର) ପ୍ରକାଶ ପାଇବ ICSEର ଦଶମ ପରୀକ୍ଷା ଫଳ । କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସନ୍ଧ୍ୟା 5ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଧିକ ପଢ଼ନ୍ତୁ

CISCEର ୱେବସାଇଟ cisce.org କିମ୍ବା results.cisce.orgରେ ରେଜଲ୍ଟ ପ୍ରକାଶ ପାଇବ । ଏଥିସହ ଛାତ୍ରଛାତ୍ରୀମାନେ କ୍ୟାରିଅର୍ସ ପୋର୍ଟାଲ (careers portal)ରେ ଫଳ ଦେଖିପାରିବେ । SMS ଜରିଆରେ ମଧ୍ୟ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । କୋରୋନା କାଳରେ ପରୀକ୍ଷାକୁ ଦୁଇଟି ଟର୍ମରେ ଭାଗ କରାଯାଇଥିଲା । ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଟର୍ମ-1 ଏବଂ ଟର୍ମ-2 ପରୀକ୍ଷାର ମାର୍କରୁ ରେଜଲ୍ଟ ପ୍ରସ୍ତୁତ ହୋଇଛି । ICSE ଦଶମ ପରୀକ୍ଷାର ଟର୍ମ-1 ନଭେମ୍ବର 2021ରେ ହୋଇଥିଲା । ସେହିଭଳି ଟର୍ମ-2 ଏପ୍ରିଲ 25ରୁ ମେ 23ଯାଏ ଚାଲିଥିଲା । ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।