ଓଡିଶା

odisha

ଭାଇଚାରାର ନିଦର୍ଶନ: ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଗୀତା, ରୁଦ୍ରାକ୍ଷ ଭେଟି ଦେଲେ ଉତ୍ତରାଖଣ୍ଡ ସରକାର

ଉତ୍ତରାଖଣ୍ଡ ସରକାରଙ୍କ ଭାଇଚାରାର ବାର୍ତ୍ତା । ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଭେଟିଦେଲେ ଗୀତା, ରୁଦ୍ରାକ୍ଷ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 1, 2023, 9:49 PM IST

Published : Oct 1, 2023, 9:49 PM IST

Gita Gangajal Rudraksh
Gita Gangajal Rudraksh

ଡେରାଡୁନ: ସମାଜରେ ଗୋଟିଏ ପଟେ ଧର୍ମକୁ ନେଇ ହିଂସାକାଣ୍ଡ ଘଟୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଭାଇଚାରର ବାର୍ତ୍ତା ମଧ୍ୟ ଆସିଥାଏ । ଉତ୍ତରାଖଣ୍ଡର ରୁରକିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ 107 ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଉପହାର ଆକାରରେ ଭେଟି ଦିଆଯାଇଛି ଗୀତା ଭାଗବତ, ଗଙ୍ଗାଜଳ ଓ ରୁଦ୍ରାକ୍ଷ । ଯାହାକି ସମାଜରେ ଭାଇଚାରା ପ୍ରୀତିର ବାର୍ତ୍ତା ବାଣ୍ଟିଛି ।

ପ୍ରତି ବର୍ଷ ପରି ଚଳିତ ମଧ୍ୟ ରାଜ୍ୟର ପିରାନ କଲିୟାର ଠାରେ ଉତ୍ସ ଉତ୍ସବ ଆୟୋଜିତ ହୋଇଥିଲା । ଏଥିଲାଗି ରୁରକି ଠାରୁ 7କିମି ଦୂରରେ ଥିବା ହାଜରତ ମଖାଦୁମ ଦର୍ଘା (ସରକାର ସବିର ପାକ୍‌)କୁ ଆସିଥିଲେ । ପ୍ରତିବର୍ଷ ଉର୍ସ ଅବସରରେ ଏଠାକୁ ଦେଶ ତଥା ଦେଶ ବାହାରର ମୁସଲିମ ଧର୍ମାବଲମ୍ବୀ ଆସିଥାନ୍ତି । ଏଠାରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥାଏ । ପାକିସ୍ତାନରୁ ପ୍ରାୟ 107 ତୀର୍ଥଯାତ୍ରୀ ଲାହୋର ଏକ୍ସପ୍ରେସ ଯୋଗ ସେପ୍ଟେମ୍ବର 26 ତାରିଖରେ ପିରାନ କଲିୟାରରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ- ଭାଇଚାରାର ନିଦର୍ଶନ ସତ୍ୟପୀର ପୀଠ

ସେମାନଙ୍କ ତୀର୍ଥଯାତ୍ରା ଶେଷ ହେବା ପରେ ସେମାନେ ଆଜି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ଉତ୍ତରାଖଣ୍ଡ ୱକଫ୍‌ ବୋର୍ଡ ଚେୟାରମ୍ୟାନ ଶାଦବ ସାମ୍ସ 107 ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଗୀତା ଭାଗବତ, ଗଙ୍ଗାଜଳ ଓ ରୁଦ୍ରାକ୍ଷ ଭେଟି ଦେଇଥିଲେ । ତେବେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ଉପହାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ଏନେଇ ବୋର୍ଡର ଚେୟାରମ୍ୟାନ ଶାଦବ କହିଛନ୍ତି, "ଆମ ଦେଶ ଭାରତ 'ଅତିଥି ଦେବୋ ଭବଃ'ରେ ବିଶ୍ବାସ କରେ । ଏହାର ଅର୍ଥ ଅତିଥି ଦେବତା ତୁଲ୍ୟ । ଏଥିଲାଗି ଏହି ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ସ୍ବାଗତ କରାଯାଇଛି । ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କୁ ମଧ୍ୟ ସେ ସମାନ ଢଙ୍ଗରେ ସମ୍ମାନ ଦେବା ଲାଗି ଆମେ ଏହି ବାର୍ତ୍ତା ଦେଇଛୁ । ଏହି ତୀର୍ଥଯାତ୍ରୀମାନେ ଗୀତା, ଗଙ୍ଗାଜଳ ଓ ରୁଦ୍ରାକ୍ଷକୁ ପାକିସ୍ତାନରେ ଥିବା ମନ୍ଦିରକୁ ପ୍ରଦାନ କରିବେ । ନିଜ ଦେଶରେ ପହଞ୍ଚିବା ପରେ ସେମାନେ ଏପରି କରିବେ ଓ ଏହାର ଭିଡିଓକୁ ଆମ ନିକଟକୁ ପଠାଇବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । "

ଏହି ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଭାରତର 150 କୋଟି ସନାତନ ଧର୍ମାବଲମ୍ବୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି । ଆମର ଆଶା ସେମାନେ ପାକିସ୍ତାନରେ ଥିବା ହିନ୍ଦୁଙ୍କୁ ଏଭଳି ସମ୍ମାନ ଦେବେ ବୋଲି କହିଛନ୍ତି ଶାଦବ ।

ABOUT THE AUTHOR

...view details