ଚଣ୍ଡିଗଡ଼: ବୟସ ତାଙ୍କ ଆଗରେ ମାନିନି ହାର । ଲଗାତାର ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ସେ ନିଜ କରିସ୍ମା ଦେଖାଇ ଆଜି ପ୍ରତିଟି ଯୁବ କ୍ରୀଡାବିତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଆଉ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଆନସିପ (National Open Athletics Championships)ରେ ୧୦୦-ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତି ୧୦୬ ବର୍ଷୀୟ ଆଥଲେଟ ରମାବାଈ (106 years old wins gold medal) ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ।
National Open Athletics Championships: ସ୍ବର୍ଣ୍ଣ ପଦକ ଜିତିଲେ ୧୦୬ ବର୍ଷୀୟ ଆଥଲେଟ - ସ୍ବର୍ଣ୍ଣ ପଦକ ଜିତିଲେ ୧୦୬ ବର୍ଷୀୟ ଆଥଲେଟ
ଗୁଜୁରାଟରେ ଆୟୋଜିତ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଆନସିପ । ଏହି ଟୁର୍ଣ୍ଣାମେଣ୍ଟରେ ୧୦୬ ବର୍ଷୀୟ ଆଥଲେଟ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ଅଧିକ ପଢନ୍ତୁ
![National Open Athletics Championships: ସ୍ବର୍ଣ୍ଣ ପଦକ ଜିତିଲେ ୧୦୬ ବର୍ଷୀୟ ଆଥଲେଟ National Open Athletics Championships: ସ୍ବର୍ଣ୍ଣ ପଦକ ଜିତିଲେ ୧୦୬ ବର୍ଷୀୟ ଆଥଲେଟ](https://etvbharatimages.akamaized.net/etvbharat/prod-images/768-512-15589531-thumbnail-3x2-gold.jpeg)
ହରିୟାଣାର ୧୦୬ ବର୍ଷୀୟ ଦୌଡ଼ରାଣୀ ରାମବାଈ ଏହି ଚମ୍ପିଆନସିପରେ ଅଂଶଗ୍ରହଣ କରିଥିଲେ । ଏଥିଲାଗି ସେ ଗୁଜୁରାଟର ଭଦୋଦରାରେ ଥିବା ମଞ୍ଜଲପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସ (Manjalpur Sports Complex)ରେ ପହଞ୍ଚିଥିଲେ । ତାଙ୍କୁ କ୍ରୀଡା ମନ୍ତ୍ରୀ ହର୍ଷ ସାଙ୍ଘଭି ତାଙ୍କୁ ସମ୍ମାନର ସହ ସ୍ବାଗତ କରିଥିଲେ । ଏହି ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ଗତ ୧୨ ମାସ ଧରି ଲଗାତାର ଭାବେ ଦୌଡ଼ୁଥିଲେ । ଏହାସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅଂଶଗ୍ରହଣ କରନ୍ତି ।
ଏହି ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ତାଙ୍କ ଅଣନାତି ଶର୍ମାଳ ସଙ୍ଗୱନ ୩୦୦୦ ମିଟର ଦୌଡ଼ରେ ୩ୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ତାଙ୍କ ଜେଜେମା ଏହି ପ୍ରତିଯୋଗିତାରେ ସହ-ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି । ଏହି ପ୍ରତିଯୋଗିତାରେ ମୋଟ ୧୪୪୦ ବରିଷ୍ଠ ଆଥଲେଟ ଅଂଶଗ୍ରହଣ କରିଛନ୍ତି ।