ଓଡିଶା

odisha

ETV Bharat / bharat

11 ଦିନରେ କୋଭିଡକୁ ହରାଇଲେ କେରଳର 104 ବର୍ଷିୟା ମହିଳା - ପରୀୟାରାମ ମେଡିକାଲ କଲେଜ

ଏବେ ସବୁଠାରୁ ଘାତକ ସାଜିଛି କୋରୋନାର ଦ୍ବିତୀୟ ଲହର । ତେବେ ଏହି ଭାଇରସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା 3ଲକ୍ଷ ଅତିକ୍ରମ କରିସାରିଥିବାବେଳେ ଏହାରି ମଧ୍ୟରେ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି । କେରଳର କନ୍ନୁରରେ ଜଣେ 104 ବର୍ଷିୟା ମହିଳା 11 ଦିନରେ କୋରୋନାକୁ ପରାସ୍ତ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

11 ଦିନରେ କୋଭିଡକୁ ହରାଇଲେ କେରଳର 104 ବର୍ଷିୟା ମହିଳା
11 ଦିନରେ କୋଭିଡକୁ ହରାଇଲେ କେରଳର 104 ବର୍ଷିୟା ମହିଳା

By

Published : Jun 12, 2021, 12:30 PM IST

ଥିରୁଅନନ୍ତପୁରମ: ଏବେ ସବୁଠାରୁ ଘାତକ ସାଜିଛି କୋରୋନାର ଦ୍ବିତୀୟ ଲହର । ତେବେ ଏହି ଭାଇରସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା 3ଲକ୍ଷ ଅତିକ୍ରମ କରିସାରିଥିବାବେଳେ 2 କୋଟି 93 ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇସାରିଲେଣି । ଯଦିଓ ଏହାରି ଭିତରେ ଦେଶରେ 2 କୋଟି 79 ଲକ୍ଷରୁ ଊର୍ଦ୍ଧ୍ବ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି । କେରଳର କନ୍ନୁରରେ ଜଣେ 104 ବର୍ଷିୟା ମହିଳା 11 ଦିନରେ କୋରୋନାକୁ ପରାସ୍ତ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶୁକ୍ରବାର ଦିନ ପରୀୟାରାମ ମେଡିକାଲ କଲେଜରୁ ଡିସଚାର୍ଜ ହୋଇଛନ୍ତି ।

11 ଦିନରେ କୋଭିଡକୁ ହରାଇଲେ କେରଳର 104 ବର୍ଷିୟା ମହିଳା

ମେ 31ରେ ତାଲିପରାମ୍ବାସ୍ଥିତ ଏକ କୋଭିଡ କେୟାର ସେଣ୍ଟରରୁ ତାଙ୍କୁ ମେଡିକାଲ କଲେଜ ଡାକ୍ତରଖାନାର ଆଇସିୟୁ ୱାର୍ଡକୁ ନିଆଯାଇଥିବାବେଳେ ଜାନକିଆମାଙ୍କ ଅବସ୍ଥା ଗୁରୁତର ଥିଲା। । କିନ୍ତୁ ସେ 11 ଦିନରେ କୋଭିଡରୁ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ତେବେ ଏହି ସଫଳତା ପଛରେ ନିଶ୍ଚିତ ରୂପେ ହସ୍ପିଟାଲର ଡାକ୍ତର ଏବଂ ନର୍ସମାନଙ୍କର ସାମୂହିକ ପ୍ରୟାସ ରହିଛି ।

ଏପଟେ ଜାନକିଆମାଙ୍କୁ ଭଲ ଚିକିତ୍ସା ଯୋଗାଇ ଦେଇଥିବାରୁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କନ୍ନୁର ମେଡିକାଲ କଲେଜର ସମସ୍ତ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ ଏହା ସହ ଭୀନା ଜର୍ଜ, ଜାନକିଆମାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ପରିଣତ ବୟସରେ ଜାନକିଆମାଙ୍କ ଆତ୍ମବିଶ୍ୱାସ ନିଶ୍ଚୟ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details